କଠୋର କାର୍ଯ୍ୟାନୁଷ୍ଠାନ ସହ ପ୍ରଶାନ୍ତଙ୍କୁ ବିଜେଡିରୁ ତୁରନ୍ତ ବହିଷ୍କାର କରାଯାଉ-ବିଜେପି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) ୧୩।୦୩ : ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ମଦ ପିଇ ଗାଡି ଚଳାଇବା ସହ ବିଜେପି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଲେ ବିଜେପିର ଜାତୀୟ ମୁଖାପତ୍ର ସମ୍ବିତ ପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଧାୟକଙ୍କ ବାରମ୍ବାର ଦବଙ୍ଗଗିରି ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ । ଗତକାଲି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ନିଲମ୍ବନ କେବଳ ନାଟକ ହିଁ ଥିଲା । କାରଣ ସେ ନିଲମ୍ବନ ହେବା ପରେ ବି ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରଯାଉ । ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କର ଏପରି ଆଚରଣ ପାଇଁ ଓଡ଼ିଶା ଛବି ମଳିନ ହୋଇଛି ।

ତାଙ୍କୁ ପୂର୍ବରୁ ହିଁ ବହୁବଳୀ ବିଧାୟକ କୁହାଯାଉଥିଲା । ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ବା ଚିଲିକାରେ ଦଳିତ ଯୁବକକୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀମାନଙ୍କୁ ମାରିଦେବକୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ହେଉଛି । ଚିଲିକା ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ରାଗିଯାଇ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ । ଆଉ ସବୁ କରିବା ପାଇଁ ବିଜେଡି ତାଙ୍କୁ ପ୍ରଶୟ ଦେଇଥିବା ଅଭିଯୋଗ ଆଣିଲେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହା ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।