ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା କଂଗ୍ରେସକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ ଦଳର ପୂର୍ବତନ ପ୍ରବକ୍ତା ଜିଶାନ ହୈଦର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପ୍ରିୟଙ୍କା ଗାନ୍ଧୀଙ୍କର ଇସ୍ତାଫା ଦାବି କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, କଂଗ୍ରେସର ଶୋଚନୀୟ ପରାଜୟବରଣ କେବଳ ପ୍ରଦେଶ ଅଧ୍ୟକ୍ଷଙ୍କ ଉପରେ ଲଦି ଦେବା ସମ୍ପୂର୍ଣ୍ଣ ଭୁଲ । କାରଣ ୟୁପି ପ୍ରଭାରୀ ତଥା ମହାସଚିବ ପ୍ରିୟଙ୍କାଙ୍କ ବିନା ନିର୍ଦ୍ଦେଶରେ ଏଠି ଜଣେ ପିଅନକୁ ମଧ୍ୟ ରଖାଯାଏ ନାହିଁ ।
ଅନ୍ୟପକ୍ଷରେ ଜିଶାନ ପୂର୍ବ ନିର୍ବାଚନରେ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କ ଇସ୍ତଫା ମଧ୍ୟ ନିଆଯାଇଥିବା କହିଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ପଦରୁ ହଟାଇବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଯେତେବେଳେ କଂଗ୍ରେସ ହାରିଛି ସେତେବେଳେ ଉଭୟ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କର ମଧ୍ୟ ଇସ୍ତଫା ନିଆଯାଇଛି । ତେଣୁ ଆହୁରି ମଧ୍ୟ କହିଛନ୍ତି ପ୍ରାୟଙ୍କାଙ୍କ ଇସ୍ତଫା ମଧ୍ୟ ଆପଣଙ୍କୁ ମାଗିବାକୁ ପଡ଼ିବ ବୋଲି କହିଛନ୍ତି ।