ପ୍ରିୟଙ୍କାଙ୍କ ମହଙ୍ଗା ନିର୍ବାଚନୀ ପ୍ରତିଶ୍ରୁତି

ୟୁପି: ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗୋରଖପୁରର ଚମ୍ପାଦେବୀ ପାର୍କରେ ପ୍ରତିଜ୍ଞା ରାଲିକୁ ସମ୍ବୋଧନ କରିଛନ୍ତି । ସେ ୮ଟି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଲୋକଙ୍କ ସାମ୍ନାରେ ସେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂରଣ କରିବା ମୁସ୍କିଲ । ପ୍ରିୟଙ୍କା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିଗୁଡିକ ହେଲା ୨୦ ଲକ୍ଷ ବେକାରୀଙ୍କୁ ସରକାରୀ ଚାକିରି । ଦ୍ୱାଦଶ ପାସ କରିଥିବା ଛାତ୍ରୀଙ୍କୁ ମୋବାଇଲ ଏବଂ ଗ୍ରାଜୁଏସନ୍‌ ପାସ କରିଥିବା ଛାତ୍ରୀଙ୍କୁ ସ୍କୁଟି । କୃଷକଙ୍କ ଚାଷ ଋଣ ଛାଡ । ଗହମ-ଧାନର ଏମଏସପି ୨୫୦୦ ଟଙ୍କା ଏବଂ ଆଖୁର ଏମଏସପି ୪୦୦ ଟଙ୍କା । ରାଜ୍ୟର ସବୁ ଗରିବ ପରିବାରକୁ ୨୫୦୦୦ ଟଙ୍କା । ବିଦ୍ୟୁତ ବିଲ୍‌ ଅଧା । କରୋନା କାଳରେ ବିଜୁଳୀ ବିଲ ସଂପୂର୍ଣ୍ଣ ଛାଡ । ରାଜ୍ୟର ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଓ କଂଗ୍ରେସ ସରକାର ଆସିଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା । ଏସବୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଲୋକଙ୍କ ସହ ଯୋଡ଼ି ହେବାକୁ ଜୋରଦାର ପ୍ରୟାସ କରିଛି ।