ବିଜେପି ସରକାରଙ୍କ ମୁହଁରେ କଳା ଲଗାଇ ପାର୍‌

ଜଣେ ଅଭ୍ୟାସଗତ ଅପରାଧି କୌଣସି ମତେ ଜାମିନ ପାଇ ଜେଲରୁ ଫେରିଥିଲା । ସ୍ୱରଗେଟ୍‌ ବସ୍‌ଷ୍ଟାଣ୍ଡରେ ଶିକାର ଖୋଜୁଥିବା ବେଳେ ତା’ର ଦୃଷ୍ଟି ଜଣେ କର୍ମଜୀବୀ ମହିଳାଙ୍କ ଉପରେ ପଡ଼ିଥିଲା । ମହିଳା ଜଣକ ତାଙ୍କ ଘରକୁ ଯିବା ପାଇଁ ଏକ ବସ୍‌କୁ ଅପେକ୍ଷା କରିଥିଲେ । ମହିଳାଙ୍କ ଇପ୍‌ସିତ ବସ୍‌ଟି ସଂପୃକ୍ତ ବସ୍‌ଷ୍ଟାଣ୍ଡର କୌଣସି ଏକ ସ୍ଥାନରେ ଠିଆ ହୋଇଥିବାର ଦେଖିଛି ବୋଲି ଅଭିଯୁକ୍ତ ଦତାତ୍ରେୟ ତାଙ୍କୁ (ମହିଳାଙ୍କୁ) କହିଥିଲା । ଅଭିଯୁକ୍ତଙ୍କ କଥା ଉପରେ ଭରସା କରି ମହିଳା ଜଣକ ସାରା ବସ୍‌ଷ୍ଟାଣ୍ଡକୁ ଘାଂଟି ପକାଇଥିଲେ ।

ମହିଳା ଜଣକ ନିକାଂଚନ ସ୍ଥାନରେ ଠିଆ ହୋଇଥିବା ଗୋଟିଏ ଯାତ୍ରୀବିହୀନ ବସ୍‌ ଭିତରକୁ ପଶିବା ମାତ୍ରେ ଅଭିଯୁକ୍ତ ତାଙ୍କ ପଛେପଛେ ବସ୍‌ ଭିତରକୁ ପଶିଗଲା ଓ ଅସଦାଚରଣ କରିଥିଲା । ମହିଳା ଜଣକ କିଛି ପ୍ରତିବାଦ କରିବା ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କୁ କାବୁ କରି ନେଇଥିଲା ଓ ଦୁଷ୍କର୍ମର ଶିକାର କରିଥିଲା ।
ଫେବୃଆରୀ ୨୫ ତାରିଖ ଦିନର ଘଟଣାଟି ଏବେ ମହାରାଷ୍ଟ୍ରର ବିଜେପି ସରକାରକୁ ଅଠାକାଠିରେ ପକାଇଛି । ଅଭିଯୁକ୍ତକୁ ଗିରଫ କରି ହାଜତକୁ ନ ପଠାଇବା ଯାଏ କ୍ଷମତାସୀନ ବିଜେପି ସରକାର କାହାକୁ ମୁହଁ ଦେଖାଇ ପାରିବନି । ଅଭିଯୁକ୍ତକୁ ଧରାଇ ଦେଲେ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏକାଧିକ ଅପରାଧରେ ଜଡ଼ିତ ଦତାତ୍ରେୟ ଦୁଷ୍କର୍ମ କରି ନିଖୋଜ ହୋଇଯାଇଛି ।

ବିଜେପି ଶାସନାଧିନ ରାଜ୍ୟଗୁଡ଼ିକରେ ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଛି । ସଡ଼କ ଦୁର୍ଘଟଣା, ଗୋଷ୍ଠୀ ସଂଘର୍ଷ, ଲୁଟପାଟ୍‌, ଚୋରି ସମେତ ଭୂତ କବଳିତ ସରକାରୀ ଯୋଜନାଗୁଡ଼ିକ ବିଜେପି ସରକାରଙ୍କ ଦକ୍ଷତା ଓ ନିରପେକ୍ଷତା ପ୍ରତି ଅଙ୍ଗୁଳି ଉଠାଇଛି ।
ୟୁପିରେ ଆୟୋଜିତ କୁମ୍ଭମେଳାରେ ପ୍ରଶାସନିକ ଅବ୍ୟବସ୍ଥା ବିଷୟ କାହାକୁ ଅଛପା ନାହିଁ । ନରେନ୍ଦ୍ର ମୋଦି ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଜେପିର ହାମ୍‌ବଡ଼ା ଶାସନ ସାଧାରଣ ଜନତାଙ୍କୁ ଅସହ୍ୟ ବୋଧ ହେଲାଣି ।