ଅନ୍ଧାରରେ ସଚିନ ପାଇଲଟ

ଆପ ପାର୍ଟିର ଚିତୋରଗଡ଼ ସଂଯୋଜକ ଅନୀଲ ସୁଖବାଲ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ

ରାଜସ୍ତାନ : ରାଜସ୍ତାନରେ ରାଜନୀତିକ ହଲଚଲ ସବୁ ସମୟରେ ଲାଗି ରହିଥିଲାବେଳେ ଆପ ପାର୍ଟିର ଚିତୋରଗଡ଼ ସଂଯୋଜକ ଅନୀଲ ସୁଖବାଲ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରି କରି ରାଜନୀତିକ ମହଲରେ ହଲଚଲ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ଲାଗି ରାଜସ୍ତାନରୁ କଂଗ୍ରେସର ୩ଜଣ ପ୍ରାର୍ଥୀଙ୍କ ଘୋଷଣା ସହିତ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଲାଗି କଂଗ୍ରେସରେ ସମ୍ଭାବନା ସବୁ ପ୍ରକାରର ଶେଷ ହୋଇଯାଇଛ ।

ଏହି ପ୍ରାର୍ଥୀଙ୍କ ସହିତ ଅଶୋକ ଗେହଲଟଙ୍କ ସମ୍ବନ୍ଧ ମଜବୁତ ରହିଥିବା ସମୟରେ ତାଙ୍କର ୧୦ ଜନପଥ ସହିତ ସମ୍ବନ୍ଧ ଆହୁରି ମଜବୁତ ହୋଇଯାଇଛି । ଯେତେବେଳେ ଗେହଲଟଙ୍କ ଉପରେ ବିପତ୍ତି ଆସେ ସେତେବେଳେ ଏହି ୩ ଜଣ ତାଙ୍କର ରକ୍ଷା ପାଇଁ ଠିଆ ହୋଇଥାନ୍ତି ।