ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମହିଳା କମିଶନ ଅଫିସରେ ସିକ୍ରେଟ୍ ଚାମ୍ବର ଅର୍ଥାତ୍ ଗୋପନ କକ୍ଷଟିର ବ୍ୟବସ୍ଥା କରାଯାଇଥିବା କଥା ଏବେ ପଦାକୁ ଆସିଛି । ମହିଳା କମିଶନରେ ଅବସ୍ଥାପିତ ବିଜେଡି ନେତ୍ରୀମାନେ ଆପଣା ସମ୍ମାନ ରକ୍ଷା କରି ସାମ୍ବିଧାନିକ ପଦବୀରୁ ଇସ୍ତଫା ନ ଦେବା ପଛରେ ସିକ୍ରେଟ୍ ଚାମ୍ବରକୁ ଦାୟୀ କରିଛି ବିଜେପି ସରକାର ।
ମହିଳା କମିଶନ ଅଫିସରେ ସିକ୍ରେଟ୍ ଚାମ୍ବରରେ ଦାମୀ ଗଦି ଓ ତକିଆ ପଡ଼ିଛି । କଥା ଉଠୁଛି, ମହିଳା କମିଶନର ଅଧ୍ୟକ୍ଷା ପଦବୀରେ ଅବସ୍ଥାପିତ ବିଜେଡି ନେତ୍ରୀ ନମିତା ବେହେରାଙ୍କ ଘର ତୋଷାଳୀ ପ୍ଲାଜାଠାରୁ ମାତ୍ର ୫ ମିନିଟ୍ର ରାସ୍ତା । ତା’ ସତ୍ୱେ ମହିଳା କମିଶନରେ ସିକ୍ରେଟ୍ ଚାମ୍ବର । ତା’ର ରହସ୍ୟ କହିବାକୁ ମହିଳା କମିଶନ କାର୍ଯ୍ୟାଳୟର ସବୁ କର୍ମଚାରୀଙ୍କୁ ମନା କରାଯାଇଛି ।
କେବଳ ମିନତି ବେହେରା ନୁହନ୍ତି, ବିଜେଡିର ବହୁ ନେତା ନେତ୍ରୀଙ୍କ ସିକ୍ରେଟ୍ ଚାମ୍ବର ରହିଛି । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସିକ୍ରେଟ୍ ଚାମ୍ବର ଭିତରକୁ କେବଳ ପାଣ୍ଡିୟାନ ପଶି ପାରୁଥିଲେ ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଅଫିସ୍ ଓ ବାସଭବନରେ ମଧ୍ୟ ସିକ୍ରେଟ୍ ଚାମ୍ବର ଥିଲା ବୋଲି କିଛି ପୁରୁଖା ରାଜନେତାଙ୍କ ନିକଟରୁ ଶୁଣିବାକୁ ମିଳିଛି ।