ଭୋଳାନାଥ କ୍ଷମତାରେ ଥିବା ଯାଏ ଓଡ଼ିଶାରେ ତାମିଲ ଶାସନ ଚାଲିବ । ଅଲବତ୍ ଚାଲିବ । କୋଉ ବିଜେପି କି କଂଗ୍ରେସିଆ ନେତା ତାମିଲ ଶାସନକୁ ଅଟକାଇ ପାରିବେନି । ଆମେ ଭୋଟ ଦେବା ଯାଏ ତାମିଲ ଶାସନ ଚାଲିବ । ଆମର ମହାବଳିଆର ନେତା ତୁହାକୁ ତୁହା ସିଗାରେଟ୍ ଓ ଗଞ୍ଜେଇ ଟାଣି, ଦାମୀ ନାଲିପାଣିରୁ ଚଳୁଏ ଚଳୁଏ ପିଇ ଆପଣା ଦୁନିଆରେ ମସଗୁଲ ଥିଲାବେଳେ ଏକା ପାଣ୍ଡିଆନ ସାଢେ଼ ଚାରିକୋଟି ଭୋକିଲାଙ୍କ ମୁହଁରେ ଗଣ୍ଡାଏ ଚାଉଳ ଆଉ କାଳିଆ ଟଙ୍କା ଦଉଛନ୍ତି । ରାଜ୍ୟରେ ବିଜେପି ଓ କଂଗ୍ରେସର ପତିଆରା ଲୋପ ପାଇଲାଣି । ସେମାନଙ୍କୁ ଭୋଟ ଦେବା ଯାହା ମଲା କଙ୍କଡ଼ାକୁ ଭୋଟ ଦେବା ସେଇଆ । ତେଣୁ ଆମର ତାମିଲବାବୁ ଜିନ୍ଦାବାଦ ।
ଏ କଥା ଆମେ ନୁହେଁ, ବିଜୁ ଜଳକା ଦଳର କିଛି କର୍ମୀମାନେ ଗଞ୍ଜାମ ସଭାରେ ଯୋଗ ଦେବାପରେ ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି । ସେମାନେ ଏପରି ମନ୍ତବ୍ୟରୁ ସେମାନଙ୍କ ଛାତିତଳର ବ୍ୟଥା ସ୍ପଷ୍ଟ ବାରି ହୋଇପଡୁଥିଲା । ୨୦୦୦ରୁ କ୍ଷମତାରେ ବସିଥିବା ଗୋଟିଏ ଦଳ କେବଳ ଆପଣା ନେତା, ବିଧାୟକ, ସାଂସଦଙ୍କର ବିକାଶକୁ ପ୍ରାଥମିକତା ଦେଇଆସୁଛି । ବିକାଶ ଆଳରେ ରାଜକୋଷରୁ ପ୍ରାୟ ୧୫ ହଜାର କୋଟି ଟଙ୍କା ଏବେ ବିଜେଡିକୁ ମହାଶକ୍ତିଶାଳୀ କରିଛି । ବିଜେଡିକୁ ପରାଜିତ କରିବା ପାଇଁ ବିଜେପି କି କଂଗ୍ରେସ ପାଖରେ ତାକତ୍ ନାହିଁ ।