ଆସନ୍ତାକାଲି ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବ ବିଜେପି
ଫେବ୍ରୁଆରି ୨୦ରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଧାର୍ଯ୍ୟ କରିଛି ବିଜେପି। ଦିଲ୍ଲୀର ରାମଲୀଳା ମଇଦାନଠାରେ ୨୦ ଫେବ୍ରୁଆରି ମଧ୍ୟାହ୍ନ ସମୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ଫେବ୍ରୁଆରି ୫ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା ଏବଂ ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ତେବେ ନିର୍ବାଚନ ଫଳାଫଳର ସପ୍ତାହେ ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ତାରିଖ ସ୍ଥାନ ଘୋଷଣା କରାଯାଇଛି ।
ନୂତନ ମୁଖ୍ୟମନ୍ତ୍ରୀ ନିର୍ବାଚିତ ପାଇଁ ଆସନ୍ତାକାଲି ବିଜେପି ବିଧାୟକ ଦଳର ଏକ ବୈଠକ ବସିବାକୁ ଯାଉଛି,ଏଥିରେ ବିଜେପିର ସମସ୍ତ ବିଧାୟକ ଉପସ୍ଥିତି ରହିବେ । ଦିଲ୍ଲୀ ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।ତେଣୁ ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ଗ୍ରହଣ କରିବେ ଆସନ୍ତାକାଲି ଏହି ବୈଠକ ପରେ ଜଣାପଡ଼ିବ ।