ନୂଆଦିଲ୍ଲୀ: ପଦ୍ମ ଧରିଲେ ପୂର୍ବତନ ରେସଲର ଦି ଗ୍ରେଟ ଖଲୀ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କୁ ପାର୍ଟିର ସଦସ୍ୟତା ପ୍ରଦାନ କରିଛନ୍ତି । ହିମାଚଳ ପ୍ରଦେଶରେ ରହୁଥିବା ଦି ଗ୍ରେଟ ଖଲୀ ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ରୂପରେ ଦେଶକୁ ସଠିକ ପ୍ରଧାନମନ୍ତ୍ରୀ ମିଳିଛି ବୋଲି ମୋଦୀ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପିରେ ଯୋଗ ଦେବା ପରେ ଖଲୀ କହିଛନ୍ତି ଯେ ବିଜେପିରେ ଯୋଗଦେବା ପରେ ଭଲ ଲାଗୁଛି । ସେହିପରି ସେ ଆହୁରି କହିଛନ୍ତି ଯେ, ଟଙ୍କା କମାଇବାର ଥିଲେ ମୁଁ ଆମେରିକାରେ ରହିଥାନ୍ତି । କିନ୍ତୁ ମୋର ଦେଶ ପ୍ରତି ଥିବା ଭଲ ପାଇବା ଯୋଗୁ ପଳାଇ ଆସିଲି କହିଛନ୍ତି ଖଲୀ ।