ସୀମାରେ ହଟଚମଟ କରି ପ୍ରଧାନମନ୍ତ୍ରୀ ହେବେ ସରିଫ
ଇସଲାମାବାଦ: ୨୦୨୪ ଫେବ୍ରୁଆରୀରେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ଉକ୍ତ ନିର୍ବାଚନରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି । ନୱାଜଙ୍କ ଭାଇ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅଛନ୍ତି ।
ଭାରତ ବିରୋଧରେ ପାକିସ୍ତାନ ଜନତାଙ୍କୁ ମତାଇ ସାଧାରଣ ନିର୍ବାଚନରେ ଜିତାପଟ ହାସଲ କରିବା ନୱାଜ ସରିଫଙ୍କ ପୁରୁଣା ରଣନୀତି । ସରକାର ଚଳାଇବା ପାଇଁ ରାଜକୋଷରେ ଧନ ନାହିଁ । ମାତ୍ର ଭାରତ-ପାକିସ୍ତାନ ସୀମା ନିକଟରେ ଯୁଦ୍ଧ ବିମାନ ଅବତରଣ ପାଇଁ ବାୟୁସେନା ଘାଟି ତିଆରି କରୁଛି ପାକିସ୍ତାନ । ବାୟୁସେନା ଘାଟିକୁ ସୁରକ୍ଷିତ କରିବା ପାଇଁ ଚୀନ କମାଣ ଜଗାଇଛି ।
ଭାରତର ସୀମାନ୍ତ ନିକଟରୁ ପ୍ରାୟ ୨୦ କିଲୋମିଟର ଦୂରତାରେ ତିଆରି କରାଯାଇଥିବା ବିମାନଘାଟିକୁ କୋଉ ଉଦ୍ଦେଶ୍ୟରେ ବ୍ୟବହାର କରିବ ପାକିସ୍ତାନ; ତାହା ଅସ୍ପଷ୍ଟ ରହିଛି ।