ୟୁପି: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି । ଭୋଟରମାନେ ସକାଳ ୭ରୁ ମତଦାତା ଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ଏହାରି ଭିତରେ ଜଣେ ନକଲି ଭୋଟରକୁ ଗିରଫ କରିଛି ପୁଲିସ । ଅନ୍ୟପକ୍ଷରେ ଗରିବ ଭୋଟରଙ୍କୁ କୈରାନ ଅଞ୍ଚଳରେ ଧମକାଇ ସେମାନଙ୍କୁ ଭୋଟ ଦେବାକୁ ଦିଆଯାଇନଥିବା ସପା ପାର୍ଟି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛି । ସେମାନଙ୍କୁ ଘରକୁ ଫେରାଇ ଦିଆଯାଇଛି ।
ସେହିପରି ମୁଜାଫରନଗରରୁ ମଧ୍ୟ ଭୋଟିଂକୁ ନେଇ ଆଉ ଏକ ଅଭିଯୋଗ ଆସିଛି । ଜିଲ୍ଲାରେ ଥିବା ଏକ ୱାର୍ଡରେ ମତଦାନ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ମତଦାତା କର୍ମଚାରୀଙ୍କୁ ଭୋଟ୍ ଦେବାକୁ ଚାପ ପକାଯାଇବା ନେଇ ଅଭିଯୋଗ ହୋଇଛି । ସେହିପରି କିଛି ଭୋଟର କହିଛନ୍ତି ଯେ କର୍ମଚାରୀମାନେ ଆରଏଲଡି ଚିହ୍ନରେ ଭୋଟ୍ ଦେବାକୁ ଚାପ ପକାଉଛନ୍ତି । ସେହିପରି ଅନେକ ଆସନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଛି ।