ଆଜି ଦୋଳ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ରାଜାଧିରାଜ ବେଶ

 ପୁରୀ : ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି । ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସୁଦ୍ଧା ସେବାୟତମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିମତେ ସୁନାବେଶ ବା ରାଜାଧିରାଜ ବେଶରେ ସଜ୍ଜିତ କରାଇବେ । ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୂର୍ଲ୍ଲଭ ବେଶ ଦର୍ଶନ କରିବେ। ରାତି ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ବେଶ ଦେଖିବାର ସୁଯୋଗ ପାଇବେ । ଦୋଳ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ସେବାୟତମାନେ ଆଜି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀ ଦୋଳିରେ ବିଜେ କରାଇବେ । ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବ। ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ । ଦର୍ଶନାର୍ଥୀମାନଙ୍କର ସୁରକ୍ଷା ତଥା ନିରାପତ୍ତା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।