ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିଟି ବୁଧବାର ପଡୁଛି । ସେଦିନ ପ୍ରଭୁ ଗଣେଶଙ୍କ ପ୍ରତିମା ଘରକୁ ସ୍ୱତନ୍ତ୍ର ଭାବେ ପୂଜା କଲେ, ସବୁ ବିପଦରୁ ରକ୍ଷା ମିଳିବା ସହିତ ସୁଖସମୃଦ୍ଧିର ବାଟ ଫିଟିଯାଏ । ଏଥର ଗଣେଶ ଚତୁର୍ଥୀ ଅବସରରେ ଦୁର୍ଲଭ ଯୋଗ ପଡୁଛି । ଆମେ ଦୁର୍ଲଭ ଯୋଗ କଥା କହିବାର ଉଦ୍ଦେଶ୍ୟ ହେଉଛି, ବୁଧବାର ଦିନ ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ହୋଇଥିଲେ; ଚଳିତ ବର୍ଷ ବୁଧବାର ଦିନ ହିଁ ଗଣେଶ ଚତୁର୍ଥୀ ପଡୁଛି । ଆଜକୁ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୨ରେ ଏହିଭଳି ଦୁର୍ଲଭ ଯୋଗ ପଡ଼ିଥିଲା ।
ଅଗଷ୍ଟ ୩୧ ତାରିଖ ମଧ୍ୟାହ୍ନ ସମୟରେ ଭଗବାନ୍ ଗଣେଶଙ୍କର ପୂଜାର୍ଚ୍ଚନା ସର୍ବଶୁଭ । ସେଦିନ ସକାଳ ୭ଟାରୁ ୫ ମିନିଟ୍ରୁ ୮ଟା ୪୦ ମିନିଟ୍ ପର୍ଯ୍ୟନ୍ତ ଅମୃତ ଯୋଗ ପଡୁଛି । ପୁନର୍ବାର ସକାଳ ୧୦ଟା ୧୫ରୁ ୧୧ଟା ୫୦ ମିନିଟ୍ ପର୍ଯ୍ୟନ୍ତ ସର୍ବଶୁଭ ଯୋଗ ପଡୁଛି । ଅତଏବ ସେହି ସମୟ ଭିତରେ ପୂଜାର୍ଚ୍ଚନା କଲେ, ସବୁ ବିଘ୍ନ ଦୂର ହୋଇଯିବ ବୋଲି ଜ୍ୟୋତିର୍ବିଦ କୁହନ୍ତି । ପ୍ରଭୁ ଗଣପତିଙ୍କୁ ହଳଦୀ, ନଡ଼ିଆ, ମୋଦକ, ଗୁଆ, ଗେଣ୍ଡୁଫୁଲ ଓ କଦଳୀ ଅର୍ପଣ କଲେ, ଘରେ ସୁଖଶାନ୍ତି ଓ ସମୃଦ୍ଧି ବିରାଜମାନ କରନ୍ତି । ଦୀର୍ଘଦିନ ଧରି ରହିଥିବା ସମସ୍ୟାର ଅନ୍ତ ଘଟେ ।