ପୂଜା ମଣ୍ଡପରେ ବନ୍ଦିନୀ ମା’ ଦୁର୍ଗା

ଦଶହରାକୁ ହପ୍ତାଏ ପୁରିଲାଣି ତଥାପି ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ କରାଯାଇନି ଗ୍ରାମବାସୀମାନେ ମାଙ୍କ ବିସର୍ଜନ ପ୍ରତି ମନଧ୍ୟାନ ଦେଉନାହାନ୍ତି କିଛି ଲୋକ ପୂଜା ମଣ୍ଡପର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ରାମଭାଗ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ପ୍ରାପ୍ତ ସୂଚନା ମୁତାବକ, ଗ୍ରାମବାସୀମାନେ ନାରାୟଣ ରାଉତଙ୍କ ଜମି ନିକଟରେ ପୂଜା ମଣ୍ଡପଟିଏ ସ୍ଥାପନ କରି ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ରଖି ପୂଜାର୍ଚ୍ଚନା କରିଥିଲେ

ମାଙ୍କ ପୂଜାର୍ଚ୍ଚନା ସରିବା ପରେପରେ ନାରାୟଣ ପୂଜା ମଣ୍ଡପ ସାମ୍ନାରେ ବାଲି ଗଦା କରିଦେଲା ଫଳରେ ପୂଜା ମଣ୍ଡପଟି ଏକ ପ୍ରକାର ବନ୍ଦ ହୋଇଗଲା ମା ଦୁର୍ଗାଙ୍କ ବିସର୍ଜନ ହୋଇପାରିଲାନି ଘଟଣାଟି ଏବେ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ନାରାୟଣ ଗ୍ରାମବାସୀଙ୍କ ବିବାଦ କେତେବେଳେ କୋଉ ରୂପ ନେବ, ବୁଝିହେଉନି