ମାର୍ଚ୍ଚ ୨୨ରୁ ଚୈତ୍ର ରାମ ନବମୀ

ଚମକିବ ଚାରୋଟି ରାଶିର ଜାତକଙ୍କ ଭାଗ୍ୟ…

ସନାତନ ଧର୍ମରେ ଚୈତ୍ର ରାମନବମୀକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ହିନ୍ଦୁ ଶାସ୍ତ୍ର ମତେ ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ ନବଦିନ ବ୍ୟାପୀ ରାମନବମୀ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଚୈତ୍ର ରାମନବମୀ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ନବଦିନ ମଧ୍ୟରେ ଜଗତ ଜନନୀ ମା’ ଜଗଦମ୍ବାଙ୍କର ନଅଟି ରୂପକୁ ଆରାଧନା କରାଯାଏ । କୁହାଯାଏ, ମା’ ଜଗଦମ୍ବା ଏହି ନଅଦିନ ଧରି ଭକ୍ତଙ୍କ ଗହଣରେ ରହିଥାନ୍ତି ଓ ସମସ୍ତ ଅଭିଳାଷ ପୂରଣ କରିଥାନ୍ତି ।

ଏଥର ଚୈତ୍ର ରାମନବମୀରେ କିଛି ଖାସ ଯୋଗ ସୃଷ୍ଟି ହେଉଛି । ତା’ ପ୍ରଭାବରେ କିଛି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତନ ଘଟିବ । ମା’ ଦୁର୍ଗାଙ୍କ ଆଶୀର୍ବାଦ କାରଣରୁ ଉଚ୍ଚ ପଦବୀ, ଭଲ ରୋଜଗାର, ଯାନବାହନ ଅବା ଜମିବାଡ଼ି ଲାଭ, ରାଜପଦ ଲାଭ କରିବାର ଯୋଗ ରହୁଛି । ପଣ୍ଡିତ ଧର୍ମରାଜଙ୍କ ମତରେ ଏଥର ରାମନବମୀରେ ସିଂହ, ମେଷ, ବୃଷ ଓ ତୁଳା ରାଶିର ନରନାରୀଙ୍କ ଉପରେ ମା’ ଦୁର୍ଗାଙ୍କର ଅପାର କରୁଣା ରହୁଛି ।

ସିଂହ: ଚୈତ୍ର ରାମନବମୀ ଜାତକଙ୍କ ପାଇଁ ଶୁଭଦାୟକ ରହିବ । ଚାକିରି ଆଶାୟୀଙ୍କୁ ମନଲାଖି ଚାକିରି ମିଳିଯିବ । ବିବାହ ପାଇଁ ବାଟ ଫିଟିଯିବ ।

ମେଷ: ଜାତକଙ୍କ ପ୍ରତି ଧନଲାଭ ଯୋଗ ରହୁଛି । ଅଟକି ରହିଥିବା କାମ ଅଚିରେ ଶେଷ ହେବ । ଆର୍ଥିକ ସଂକଟରୁ ମୁକ୍ତି ମିଳିବ । ଜାତକ ନବଦିନ ବ୍ୟାପୀ ଅଖଣ୍ଡ ଦୀପ ଜାଳିବା ଉଚିତ ।

ବୃଷ: ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ଯୋଗ ରହୁଛି । ନୂତନ କାମ ଆରମ୍ଭ କରିବା ପୂର୍ବରୁ ମା’ ଜଗତ ଜନନୀଙ୍କୁ ସ୍ମରଣ କରନ୍ତୁ ଧନଲାଭ ହେବ ।

ତୁଳା: ଜାତକଙ୍କୁ ଏକାଧିକ ଶୁଭ ଖବର ମିଳିବ । ନୂତନ ସଂପର୍କ ସ୍ଥାପନ ହେବ । ପରିବାରରେ ସୁଖଶାନ୍ତି ଭରିଯିବ । ଆର୍ଥିକ ଲାଭ ଯୋଗ ରହିଛି । ପରିବାର ଗହଣରେ ମା’ ଜଗତ ଜନନୀଙ୍କ ଦର୍ଶନ କଲେ, ସକଳ ଅଭିଳାଷ ପୂରଣ ହେବ ।