ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ରେ ଅବସ୍ଥିତ ଶ୍ରୀ କାଳେଶ୍ୱର ଶୈବପୀଠ ରେ ଧୁମଧାମ ରେ ଜାଗର ଯାତ୍ରା ପାଳିତ ହୋଇଯାଇଛି।
ଆଜି ସକାଳ ୩ଟା ରେ ମୁଖ୍ୟ ପୂଜକ ଶ୍ରୀ ପଦ୍ମଲୋଚନ ଦାସ ଦ୍ୱାର ଫିଟାଇ କାଳେଶ୍ୱରଙ୍କ ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ଦିନ ତମାମ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ।
ରାତ୍ରରେ ମହାଦୀପ ମନ୍ଦିର ବେଢା ପରିକ୍ରମା। ମନ୍ଦିର ରେ ଭକ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଭକ୍ତ ମାନେ ପ୍ରସାଦ ସାରି ନିଜ ନିଜ ଘରକୁ ଫେରିଥିଲେ।