ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ମାର୍ଚ୍ଚ ୨୨ (ବୁଧବାର)ଠାରୁ ଆରମ୍ଭ ହେଉଛି ହିନ୍ଦୁ ନବବର୍ଷ ‘ବିକ୍ରମ ସଂବତ ୨୦୮୦’ । କୁହାଯାଏ ସୃଷ୍ଟିକର୍ତା ବ୍ରହ୍ମା ସେହିଦିନଠାରୁ ସୃଷ୍ଟି ସର୍ଜନା ଆରମ୍ଭ କରିଥିଲେ । ତେଣୁ ପ୍ରତି ହିନ୍ଦୁ ପରିବାରର ଗୃହକର୍ତା ମାର୍ଚ୍ଚ ୨୨ ତାରିଖ ଦିନ ଏଠାରେ ଲିଖିତ ୭ଟି ଦ୍ରବ୍ୟ ଭିତରୁ ଯେକୌଣସି ଗୋଟିଏ ଘରକୁ ଆଣିଲେ, ପରିବାର ପାଇଁ ଶୁଭଦାୟକ ସାବ୍ୟସ୍ତ ହେବ ।
୧. ପଇଡ: ହିନ୍ଦୁ ନବବର୍ଷ ଦିନ ଘରକୁ ପଇଡଟିଏ ଆଣି ତାକୁ କପଡ଼ାରେ ଗୁଡ଼ାଇ ଟଙ୍କାଥଳିରେ ରଖିଲେ, ଘରେ ଧନର ଅଭାବ ରହିବ ନାହିଁ । ଅଟକି ରହିଥିବା କାମ ଆଗକୁ ଗଡ଼ିବ ।
୨. ତୁଳସୀ ଚାରା: ଏହିଦିନ ଆପଣ ଘରକୁ ତୁଳସୀ ଚାରା ଆଣିପାରନ୍ତି । ଘର ଭିତରେ ଲଗା ଯାଇପାରୁଥିବା ଯେକୌଣସି ଚାରା ଆଣିଲେ ଭଲ । ସେପରି କଲେ ଘରେ ସକରାତ୍ମକ ବାତାବରଣ ରହିବ । ରହିବ ।
୩. ଧାତବ କଇଁଛ: ହିନ୍ଦୁ ନବବର୍ଷ ପୂର୍ବରୁ ଘରକୁ ଯେକୌଣସି ଧାତୁର କଇଁଛଟିଏ ଆଣିବା ଶୁଭ ବିବେଚନା କରାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ସୁଖ ଓ ସମୃଦ୍ଧିର ପ୍ରତୀକ । ବିଶେଷ କରି ପିତଳ, କଂସା ଓ ରୂପାର ତିଆରି କଇଁଛ କିଣିବା ଉଚିିତ ।
୪. ଧାତବ ହାତୀ: ହିନ୍ଦୁ ନବବର୍ଷ ପୂର୍ବରୁ ଧାତୁରେ ତିଆରି ହାତୀଟିଏ ଘରକୁ ଆଣିବା ଶୁଭ ହୋଇଥାଏ । ଘରେ ବାସ୍ତୁଦୋଷ ଦୂର ହୋଇଥାଏ । କୁଶକ୍ତି ନାଶ ହୋଇଥାଏ । ଚଳିତ ସମ୍ବତ୍ସରରେ ଘରକୁ ରୂପାର ହାତୀ କିଣିବା ଉଚିତ ହେବ । ଘରେ ସୁଖଶାନ୍ତି ଓ ସମୃଦ୍ଧି ବଜାୟ ରହିବ ।
୫. ମୋତି ଶଙ୍ଖ: ଘରେ ମୋତିର ଶଙ୍ଖ ରଖିବା ଫଳରେ ଧନଧାନ୍ୟ ସୁଖସମୃଦ୍ଧି ବଜାୟ ରହିଥାଏ । ଘରେ ଧନର ଅଭାବ ରହେନାହିଁ । ମୋତି ଶଙ୍ଖ କିଣିବା ପରେ ତାକୁ ବିଧି ମୁତାବକ ପୂଜାର୍ଚ୍ଚନା କରି ଟଙ୍କା ଓ ଅଳଙ୍କାର ରଖୁଥିବା ସିନ୍ଦୁକ ଅବା ଆଲମିରାରେ ସାଇତି ରଖିବା ଫଳରେ ସଫଳତାର ବାଟ ଫିଟିଯିବ ।
୬. ମୟୁର ପଙ୍ଖ: ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ମୟୁର ପଙ୍ଖଟିଏ ଘରକୁ ଆଣନ୍ତୁ । ଯୋଉ ଘରେ ମୟୂର ପଙ୍ଖ ରହିଥାଏ । ସେହିଘରେ ମା’ ଲକ୍ଷ୍ମୀ ବାସ କରନ୍ତି । ଚଳିତ ସମ୍ବତ୍ସରରେ ଘରକୁ ଗୋଟିଏ ଅବା ତିନୋଟି ମୟୁର ପଙ୍ଖ ଆଣିବା ଉଚିତ ହେବ।
୭. ହାସ୍ୟମାନ ବୁଦ୍ଧ: ହିନ୍ଦୁ ନବବର୍ଷ ପୂର୍ବରୁ ଘରକୁ ହାସ୍ୟମାନ ବୃଦ୍ଧ ମୂର୍ତିଟିଏ ଆଣି ଉତର-ପୂର୍ବ ଦିଗରେ ରଖିଲେ, ଘରେ ସୁଖସମୃଦ୍ଧି ବୃଦ୍ଧି ହୁଏ ।