ଭାରତର ପଶ୍ଚିମ ଉପକୂଳରେ ବିରାଜିତ ଗୁଜୁରାଟ ସୋମନାଥ ମନ୍ଦିର ଇତିହାସ ସଂପର୍କରେ ଜାଣିଛନ୍ତି ! ଭାରତରେ ପୂଜିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭିତରୁ ସୋମନାଥ ମନ୍ଦିର ସ୍ଥିତ ଜ୍ୟୋତିର୍ଲିଙ୍ଗ ଗୋଟିଏ ।
୧୦୨୫ ମସିହାରେ ଗଜନୀ ସୁଲତାନ ମାମୁଦ ଉକ୍ତ ମନ୍ଦିରକୁ ପ୍ରାୟ ୧୭ ଥର ଲୁଟପାଟ୍ କରିଥିଲେ । ତାଙ୍କ ମନରେ ଧାରଣା ଥିଲା ଯେ ଭାରତର ମନ୍ଦିରଗୁଡ଼ିକରେ ମହଣ ମହଣ ସୁନାରୂପା ଅଳଙ୍କାରମାନ ଗଚ୍ଛିତ ରହିଛି । ଅବଶ୍ୟ ଆମ ଲୋକମାନେ ଭୋକିଲା ପେଟରେ ରହି ମନ୍ଦିରକୁ ସୁନା ରୂପା ଅଳଙ୍କାର ଦାନ କରୁଥିବାର ନଜିର ରହିଛି ।
ଆପଣ ଜାଣନ୍ତି? ସୋମନାଥ ମନ୍ଦିର ଗର୍ଭଗୃହରେ ପୂଜା ପାଉଥିବା ଜ୍ୟୋତିର୍ଲିଙ୍ଗଟି ଝୁଲନ୍ତା ଅବସ୍ଥାରେ ରହିଥାନ୍ତି । ମନ୍ଦିରଟିରେ ଏକ ଚୁମ୍ବକୀୟ ବାତାବରଣ ସୃଷ୍ଟି କରାଯାଇଛି ।ଜ୍ୟୋତିର୍ଲିଙ୍ଗଟି ଏକ ପ୍ରାକୃତିକ ଚୁମ୍ବକୀୟ ପଥର ।
ସୋମନାଥ ମନ୍ଦିରକୁ ବୁଲି ଯାଇଥିବା ବିଦେଶୀ ଐତିହାସିକ ଓ ପର୍ଯ୍ୟଟକ ଆବୁଲଫେଦା ଓ ଫାରୁକି ସିସ୍ତାନୀ ତାଙ୍କ ଲିଖିତ ପୁସ୍ତକରେ ସେହି ବିଷୟ ବର୍ଣ୍ଣନା କରିଛନ୍ତି ।