ରମ୍ଭା ଏକାଦଶୀ ବିଷୟ ଉପରେ ବିବରଣୀ ଜାଣନ୍ତୁ।

କାର୍ତ୍ତିକ ମାସ କୃଷ୍ଣପକ୍ଷ ଏକାଦଶୀର ନାମ ରମା ଏକାଦଶୀ । ଏହି ଏକାଦଶୀର ମହାତ୍ମ୍ୟ ବୁଝାଇ ଭଗବାନ ବିଷ୍ଣୁ ଯୁଧିଷ୍ଠିରଙ୍କୁ କୁହନ୍ତି ଯେ ମୁଚକୁନ୍ଦ ନାମକ ଜଣେ ରାଜା ସତ୍ୟବାଦୀ ତଥା ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ତାଙ୍କ କନ୍ୟାର ନାମ ଚନ୍ଦ୍ରଭାଗା ଥିଲା । ତାଙ୍କର ବିବାହ ରାଜକୁମାର ଶୋଭନଙ୍କ ସହିତ ହୋଇଥିଲା । ଶୋଭନ ବହୁତ ଦୁର୍ବଳ ଥିଲେ ଅଥଚ ଶ୍ରଦ୍ଧା ଓ ମାନସିକ ଶକ୍ତିରେ ସେ ଖୁବ୍ ଶକ୍ତିଶାଳୀ ଥିଲେ । ଏକଦା ସେ ଶ୍ୱଶୁର ଘରକୁ ଯାଇଥିଲେ । ଠିକ୍ ସେତିକି ବେଳେ ରମା ଏକାଦଶୀ ପଡିଲା । ରାଜା ମୁଚୁକୁନ୍ଦ ରାଜ୍ୟରେ ଡ଼େଙ୍ଗ୍‌ୁରା ଦେଲେ ଯେ ସମସ୍ତ ପ୍ରଜାକୂଳ ଏହି ଏକାଦଶୀ ପାଳନ କରିବାକୁ ବାଧ୍ୟ । ତା’ବି ଘୋଷଣା କଲେ ଯେ ଏମିତିକି ହାତୀ, ଘୋଡା , ଓଟ ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଖାଇବାକୁ ଦିଆଯିବ ନାହିଁ । ସେମାନେ ବି ଉପବାସ କରିବେ । ଏକଥା ଶୁୂଣି ଶୋଭନ ନିଜ ସ୍ତ୍ରୀକୁ କହିଲେ: ମୋର ଶରୀରର ଅବସ୍ଥା ଯାହା ଉପବାସ କରିବିତ ବଂଚି ପାରିବି ନାହିଁ । ଏବେ କୁହ କଣ କରାଯିବ?

ଏଥିକୁ ତାଙ୍କ ସ୍ତ୍ରୀ କହିଲେ ଯେ ଯଦି ଉପବାସ କରିବାର ଦୈହିକ ଶକ୍ତି ନାହିଁ, ତେବେ ଏଠାରୁ ତୁମେ ଅନ୍ୟସ୍ଥାନ ଚାଲିଯାଅ । ଉତ୍ତରରେ ସେ ଚନ୍ଦ୍ରଭାଗାଙ୍କୁ କହିଲେ : ମାନୁଛି ଯେ ଉପବାସ ପାଇଁ ମୋଠାରେ ଶାରୀରିକ ଶକ୍ତି ଦୁର୍ବଳ ହେଲେ ହେଁ, ମୋମନ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତି ଏଥିପାଇଁ ବହୁ ପ୍ରବଳ । ଏଣୁ ମୁଁ ପ୍ରତିଶ୍ରୁତି ବଦ୍ଧ ଯେ ମୋ ଶରୀରରୁ ଘଟ ପଛେ ତ୍ରୁଟି ଯାଉ ମୁଁ ବ୍ରତ ଭାଙ୍ଗିବି ନାହିଁ । ଏଣୁ ସେ ରମା ଏକାଦଶୀ ବ୍ରତ କଲେ । ଭୋକ ଓ ଶୋଷକାରଣରୁ ସତରେ ତାଙ୍କର ପ୍ରାଣ ବାୟୁ ଉଡିଗଲା ଅଥଚ ବ୍ରତର ପ୍ରଭାବରେ ଇନ୍ଦ୍ରାଂଚଳ ପର୍ବତ ଉପରେ ଥିବା ରତ୍ନ ଜଟିତ ଉତ୍ତମ ନଗର ତାଙ୍କୁ ପ୍ରାପ୍ତ ହେଲା । ଏଠାରେ ସେ ଇନ୍ଦ୍ରଙ୍କ ସୁଲାଭ ଆନନ୍ଦ ପାଇଲେ । ଗନ୍ଧର୍ବ ଓ ଅପ୍ସରାମାନେ ତାଙ୍କର ସେବା ଏବଂ ସ୍ତୁତିଗାନ କଲେ ।
ଏକଦା ମୁଚକୁନ୍ଦ ନଗରୀର ଜଣେ ବ୍ରାହ୍ମଣ ସୌମ୍ୟ ଶର୍ମା ତୀର୍ଥ ବାହାରୀ ସେଠାରେ ପହଂଚିଲେ । ତାଙ୍କର ଶୋଭନଙ୍କ ସହିତ ପରିଚିତ ହେଲା ଏବଂ ସେ ସେ ସ୍ଥ୍‌ାନ କିପରି ପାଇଲେ ବୋଲି ପଚାରିଲେ । ଶୋଭନ କହିଲେ ଯେ ଏସବୁ ରମା ଏକାଦଶୀ ପାଳନର ‘ଳ । ମୋ ଜନ୍ମର ସମସ୍ତ ପାପାର ବିନାଶ ଘଟିଛି ଏବଂ ମୋତେ ଏ ଅନୁପମ ନଗର ଓ ଦେବ ସୁଖ ମିଳିଛି । ତେବେ ଏ ନଗର ମୋ ପାଇଁ ଅଧ୍ରୁବ । କେବଳ ଧ୍ରୁବ ମୋ ପତ୍ନୀ ଯୋଗୁଁ ସମମ୍ଭବ ହୋଇପାରେ । ତୁମେ ଏ ବାର୍ତ୍ତା ତାଙ୍କୁ ଦେବ ?

ବ୍ରାହ୍ମଣ ଏ ବାର୍ତ୍ତା ଚନ୍ଦ୍ରଭାଗାଙ୍କୁ ଦେଲେ । ଏବେ ଚନ୍ଦ୍ରଭାଗା ମନ୍ଦ୍ରାଂଚଳ ପର୍ବତରେ ଥିବା ମୁନି ବାମଦେବଙ୍କ ଆଶ୍ରମରେ ପହଂଚିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ କିପରି ମିଶିବେ ତା’ର ଉପାୟ ଆତ୍ମଭିକ୍ଷା କଲେ । ମୁନି ତାଙ୍କୁ ମନ୍ତ୍ରଦ୍ୱାରା ଅଭିଷେକ କଲେ । ସେ ଘଟ ଛାଡିଲେ ଏବଂ ଦିବ୍ୟ ଶରୀର ଧରି ସ୍ୱାମୀଙ୍କ ପାଖେ ପହଂଚିଲେ । ଶୋଭନଙ୍କ ଅଧ୍ରୁବ ଅନୁପମ ନଗର, ଏବେ ଧ୍ରୁବରେ ପରିଣତ ହେଲା । ସେମାନେ ଏବେ ରମା ଏକାଦଶୀ ପାଳନ ପୂର୍ବକ ନିଶ୍ଚିତ ଏବଂ ଜୀବନ ଯାପନ କଲେ ।
କାହାଣୀ ନିଶ୍ଚୟ ମଧୁର । କୁହାଯାଏ ଯେ କାହାଣୀ ଶୁଣିଲା ବାଲାର ବି ବିଷ୍ଣୁଲୋକ ପ୍ରାପ୍ତି ହୁଏ।