ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ର ଗ୍ରହଣ: ପ୍ରମାଣିତ ହେବାକୁ ଯାଉଛି ‘ପୂର୍ବୋଦୟରୁ ଭାରତର ଉଦୟ’

ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ର ଗ୍ରହଣ: ପ୍ରମାଣିତ ହେବାକୁ ଯାଉଛି ‘ପୂର୍ବୋଦୟରୁ ଭାରତର ଉଦୟ’

ସେପ୍ଟେମ୍ବର ୭ ତାରିଖ ଦିନ ପଡୁଛି ରାହୁଗ୍ରାସ ଚନ୍ଦ୍ର ଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତ ପ୍ରତି କିପରି ରହିବ? ତା’ ଉପରେ ବହୁ ଜ୍ୟେତିର୍ବିଦ ଭବିଷ୍ୟବାଣୀ କରିଛନ୍ତି । ଚନ୍ଦ୍ର ଗ୍ରହଣ ପୂର୍ବରୁ ଭାରତୀୟ ରାଜନୀତିରେ ବହୁତ ହଲଚଲ ଆରମ୍ଭ ହୋଇଯାଇଛି ।

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ବର୍ଷ ବୟସରେ ପଦାର୍ପଣ କରିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଜେପି ନୀତି ଅନୁସାରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡ଼ିବ ।

କିନ୍ତୁ ପ୍ରଧାନମନ୍ତ୍ରୀ ପଦବୀକୁ ୨୦୨୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କୌଣସି ମତେ ଜାବୁଡ଼ି ଧରିବା ପାଇଁ ମୋଦୀ ଯଥାଶକ୍ତି ଉଦ୍ୟମ କରୁଛନ୍ତି ।

‘ଭୋଟ ଚୋର, ଗାଦି ଛାଡ଼’, କଂଗ୍ରେସର ଅଭିଯାନ ଏବେ ମୋଦୀଙ୍କ ଲୋକପ୍ରିୟତାକୁ ରସାତଳକୁ ନେଇଯିବାକୁ ବସିଛି । ଦେଶବାସୀଙ୍କ ମନରେ ମୋଦୀଙ୍କ ପ୍ରତି ଆଉ ସହାନୁଭୂତି ନାହିଁ ।

ଅପରେସନ୍ ସିନ୍ଦୁର, ଭାରତ-ପାକ୍ ଅସ୍ତ୍ରବିରତି, ଆମେରିକାର ୫୦% ଟିକସ ମାଡ଼ ଭଳି ପ୍ରସଙ୍ଗ ଭାରତ ପାଇଁ ଏକ ଚାଲେଂଜ ହୋଇଛି । ଭାରତର ବେପାର ବଣିଜ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସେପ୍ଟେମ୍ବର ୭ ତାରିଖରୁ ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ

ଭାରତକୁ ବେଶ ସତର୍କତାର ସହିତ ଚଳିବାକୁ ପଡ଼ିବ । ଆଚାର୍ଯ୍ୟ ଧର୍ମରାଜଙ୍କ ମତରେ ଜାତୀୟ ରାଜନୀତିରେ ଆକସ୍ମିକ ପରିବର୍ତନ ଘଟିବ । ବିଜେପିର ପୂର୍ବୋଦୟରୁ ଭାରତର ଉଦୟ ପ୍ରମାଣିତ ହେବାକୁ ଯାଉଛି ।