Maha Shivratri: ଏହି ତିନୋଟି ଦ୍ରବ୍ୟ ବିନା ମହା ଶିବରାତ୍ରୀ ଅଧୁରା

ମନଲାଖି ପୁଅଟିଏ ଅବା ଝିଅଟିଏ ପାଇବା ପାଇଁ ସବୁ ଅବିବାହିତ ପୁଅ ଅବା ଝିଅଙ୍କ ମନରେ ସ୍ୱପ୍ନ ଥାଏ । ପୁରାଣ କଥାନୁସାରେ ମହା ଶିବରାତ୍ରୀ ଦିନ ଭଗବାନ ଶିବଙ୍କ ଆରାଧନା କଲେ ମନଲାଖି ଜୀବନସାଥି ମିଳିଥାଏ । ପ୍ରଭୁ ସଦାଶିବଙ୍କ ଆଶୀର୍ବାଦ ଫଳରେ ଜୀବନର ସବୁ ବାଧା ଦୂର ହୋଇଯାଏ । ମହା ଶିବରାତ୍ରୀ ଦିନ ଭଗବାନ ଶିବଙ୍କର ବିଶେଷ ପୂଜା କରିବାକୁ ଚାହୁଁଛନ୍ତି ତ ତିନୋଟି ଖାସ୍‌ ଦ୍ରବ୍ୟକୁ ପୂଜାରେ ବ୍ୟବହାର କରିବାକୁ ଭୁଲନ୍ତୁନି । ସେହି ତିନୋଟି ଖାସ୍‌ ଦ୍ରବ୍ୟକୁ ବାଦ୍‌ ଦେଇ ପୂଜା କଲେ, ଶିବଙ୍କ କୃପା ମିଳେନା ।

ଭସ୍ମ: ଶିବଙ୍କର ଅତି ପ୍ରିୟ ଦ୍ରବ୍ୟ ହେଉଛି ଭସ୍ମ । ଭସ୍କକୁ ଶିବ ଆଭୂଷଣ ମଣି ଦେହରେ ବୋଲି ହୁଅନ୍ତି । ଶିବଙ୍କୁ ଭସ୍ମ ପ୍ରଦାନ କଲେ, ଜୀବନର ସବୁ ଦୁଃଖ ଦୂର ହୋଇଯାଏ । ଭସ୍ମ ମହାଦେବଙ୍କ ପ୍ରତୀକ । ରକ୍ତମାଂସ ହାଡର ଶରୀର ଦିନେ ନା ଦିନେ ପାଉଁଶ ହୋଇଯିବ । ଭସ୍ମ ଆମକୁ ସ୍ମରଣ କରାଇ ଦିଏ, ‘ଜୀବନଟା ଅସ୍ଥାୟୀ’ । ତେଣୁ ମନରୁ ଅହଂକାର ଦୂର କରି ଦିଅନ୍ତୁ ।

ରୁଦ୍ରାକ୍ଷ: ମହାଶିବରାତ୍ରୀ ଦିନ ଶିବଙ୍କୁ ରୁଦ୍ରାକ୍ଷ ଲାଗି କରାଯାଏ । ପୁରାଣ କଥା ଅନୁସାରେ ଶିବ ଧ୍ୟାନମଗ୍ନ ଥିବା ସମୟରେ ତାଙ୍କ ଆଖିରୁ ଲୁହ ଟୋପାଏ ଝରି ଆସି ଧରଣୀକୁ ସ୍ପର୍ଶ କଲା । ସେହି ସ୍ଥାନରେ ଉଠିଲା ରୁଦ୍ରାକ୍ଷ ଗଛ । ଶିବଙ୍କର ଅତି ପ୍ରିୟ ଦ୍ରବ୍ୟ ହେଉଛି ରୁଦ୍ରାକ୍ଷ ।

ବେଲପତ୍ର: ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର । ଶିବଙ୍କ ଉପରେ ବେଲପତ୍ର ଚଢ଼ାଇଲେ, ସେ ଶାନ୍ତ ହୋଇଯାନ୍ତି ଓ ଭକ୍ତଙ୍କ ସବୁ ଅଭିଳାଷ ପୂରଣ କରନ୍ତି । ପ୍ରତି ବେଲପତ୍ରରେ ତିନୋଟି ପତ୍ର ଦେଖିବାକୁ ମିଳେ ଯାହାକୁ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କ ପ୍ରତୀକ ହିସାବରେ ବିବେଚନା କରାଯାଏ । ତ୍ରିଶୂଳର ତିନୋଟି ଶୂଳକୁ ମଧ୍ୟ ବ୍ରହ୍ମା, ବିଷ୍ଣୁ ଓ ଶିବ ଧରାଯାଇଥାଏ ।