ମହାଶିବରାତ୍ରୀ୨୦୨୫: ଶିବ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ

ଭୁବନେଶ୍ବର, (ସାକ୍‌ସୀ ନ୍ୟୁଜ୍‌): ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ସନ୍ଧ୍ୟା-ଆଳତୀ ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବ୍ୟାରିକେଡ ଭିତରେ ଲାଇନ୍‌ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ।

ଶୃଙ୍ଖଳିତ ନୀତିକାନ୍ତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଥିବା ବେଳେ ଭକ୍ତମାନେ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ସୁବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି।

ମହାପ୍ରଭୁ ଲିଙ୍ଗରାଜ ଙ୍କ ମହାଦୀପ ରାତ୍ର ୧୦:୨୦ ମିନିଟ୍ ସମୟରେ ଉଠିବା ନେଇ ସୂଚନା ।