ଚଳିତ ଭାଦ୍ରବ ମାସ ଅମାବାସ୍ୟା ତିଥି ଶୁକ୍ରବାର ୨୬ ଅଗଷ୍ଟ ଦିନ ସାଢେ଼ ୧୨ଟାରୁ ୨୪ ମିନିଟ୍ରେ ଆରମ୍ଭ ହୋଇ ତା’ ପରଦିନ ଅର୍ଥାତ୍ ଶନିବାର ଦିନ ଗୋଟାଏ ୪୭ ମିନିଟ୍ରେ ଶେଷ ହେବ । ଜ୍ୟୋତିଷଙ୍କ ମତରେ ଶନିବାର ଦିନ ଅମାବାସ୍ୟା ତିଥିକୁ ଦୁର୍ଲଭ ଯୋଗ କୁହାଯାଏ । ୧୪ ବର୍ଷ ପରେ ଚଳିତ ଭାଦ୍ରବ ଅମାବାସ୍ୟାରେ ଶନିଶ୍ୱରୀଙ୍କ ଦୁର୍ଲଭ ଯୋଗ ପଡୁଛି। ଗ୍ରହମାନଙ୍କର ସେନାପତି ଶନିଦେବ ଏବେ ମକର ରାଶିରେ ବକ୍ରି ଅବସ୍ଥାରେ ବିରାଜିତ । ଧନୁ, ମକର ଓ କୁମ୍ଭ ରାଶି ପାଇଁ ଶନି ସାଢେ଼ ସାତୀ ଚାଲୁଛନ୍ତି । ମିଥୁନ ଓ ତୁଳା ରାଶି ପ୍ରତି ଶନି ଅଢେ଼÷ୟା ଅଛନ୍ତି । ଏହି ପାଂଚଟି ରାଶିର ଲୋକମାନେ ଶନିଶ୍ୱରୀ ଅମାବାସ୍ୟା ତିଥିରେ ବିଶେଷ ଉପାୟ କରିବା ଉଚିତ ।
ଏହି ତିନୋଟି ଉପାୟ କରଣୀୟ
ପ୍ରଥମ ଉପାୟ ହେଉଛି, ଯେଉଁ ରାଶିର ଲୋକମାନେ ଶନିଦେବଙ୍କ
ସାଢେ଼ ସାତି ଓ ଅଢେ଼÷ୟା କାରଣରୁ ସମସ୍ୟାରେ ପଡ଼ିଛନ୍ତି । ସେମାନେ ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରନ୍ତୁ । ସୋରିଷ ତେଲର ଦୀପଟିଏ ଜାଳନ୍ତୁ ।
ଦ୍ୱିତୀୟ ଉପାୟ ହେଲା, ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ କିଛି ଗୁଡ଼ ଓ କଳାବିରି ଗୋଟିଏ କପଡ଼ାରେ ବାନ୍ଧି ରାତିରେ ମୁଣ୍ଡ ନିକଟରେ ରଖି ଶୁଅନ୍ତୁ । ଶନିବାର ସକାଳୁ ଗାଧୁଆ ସାରି ଉକ୍ତ ପୁଟୁଳିଟିକୁ ନେଇ ଶନି ମନ୍ଦିରରେ ଦାନ କରନ୍ତୁ ।
ତୃତୀୟ ଉପାୟଟି ହେଉଛି, କୌଣସି ପାତ୍ରରେ ସୋରିଷ ତେଲ ନିଅନ୍ତୁ । ସେଥିରେ କିଛି ମୁଦ୍ରା ପକାନ୍ତୁ । ଉକ୍ତ ତେଲରେ ଆପଣଙ୍କର ପ୍ରତିବିମ୍ବ ଦେଖନ୍ତୁ । ତା’ପରେ ତାକୁ କୌଣସି ଗରିବ ଲୋକଙ୍କୁ ଦାନ କରନ୍ତୁ ।
ଉପରୋକ୍ତ ତିନୋଟି ଉପାୟ କରିବା ଫଳରେ ଶନିଦେବଙ୍କ କୋପରୁ ଉଦ୍ଧାର ମିଳିବ ।