ଅକ୍ଟୋବର ୧୮ ଧନତେରସ୍ : କିଣନ୍ତୁ ନାହିଁ ଏହିସବୁ ଜିନିଷ

ଅକ୍ଟୋବର ୧୮, ୨୦୨୫ ଦିନ ପଡୁଛି ଧନତେରସ୍ । ସେଦିନ ସୁନାରୂପା ଗହଣା, ମୁଦ୍ରା, କଂସା, ପିତ୍ତଳ ବାସନ କିଣିବା ଅତ୍ୟନ୍ତ ଶୁଭଦାୟକ ।

ମହରଗ ଦୁନିଆରେ ସୁନାରୂପା ଗହଣା କିଣି ନପାରିଲେ ଆପଣ ଘର ପାଇଁ ଝାଡୁଟିଏ କିଣନ୍ତୁ । ଧନୀ କି ଗରିବ, ଝାଡୁ ସମସ୍ତଙ୍କ ପାଇଁ ଶୁଭଦାୟକ ।

ଝାଡୁ ହେଉଛି ମା’ ଲକ୍ଷ୍ମୀଙ୍କର ପ୍ରତୀକ ।

ଧନତେରସ ଦିନ ଉକ୍ତ ଜିନିଷ କିଣିଲେ ଘରେ ମା’ ମହାଲକ୍ଷ୍ମୀ ବାସ କରନ୍ତି । ଧନସମୃଦ୍ଧି, ସୁଖଶାନ୍ତି ସର୍ବଦା ବିରାଜମାନ କରିଥାଏ ।

ଧନତେରସ୍ ଦିନ ଦେବବୈଦ୍ୟ ଧନ୍ୱନ୍ତରୀଙ୍କ ଜନ୍ମଦିନ । ଅମୃତ ପାଇବା ଆଶାରେ ଦେବାସୁର ସମୁଦ୍ର ମନ୍ଥନ କରିଥିଲେ । ସମୁଦ୍ର ଗର୍ଭରୁ ବହୁ ମୂଲ୍ୟବାନ ବସ୍ତୁ ବାହାରିଥିଲା ।

ସେଗୁଡ଼ିକ ଭିତରେ ଦେବବୈଦ୍ୟ ଧନ୍ୱନ୍ତରୀ ହାତରେ ଅମୃତ କଳସ ଧରି ଦେବାସୁରଙ୍କ ଗହଣରେ ହାଜର ହୋଇଥିଲେ ।

ଧନତେରସ ଦିନ କୋଉ ଜିନିଷ କିଣିବା ଅଶୁଭଦାୟକ ହୋଇଥାଏ, ତାହା ଜାଣିରଖନ୍ତୁ ।

କଳା ରଙ୍ଗର ଦ୍ରବ୍ୟ, ଜୋତା ଚପଲ, ତେଲ, ପ୍ଲାଷ୍ଟିକ, କାଚ ଜିନିଷ କିଣିବା ଅଶୁଭଦାୟକ ହୋଇଥାଏ ।

କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପଡ଼ିଥାଏ ଧନତେରସ୍ । ସେହିଦିନଠାରୁ ୫ ଦିନ ପାଇଁ ଦୀପାବଳି ମହୋତ୍ସବ ପାଳନ କରାଯାଏ ।

ଧନତେରସ୍ ଦିନ ମା’ ମହାଲକ୍ଷ୍ମୀ, ଦେବ କୋଷାଧ୍ୟକ୍ଷ କୁବେର ଓ ଦେବବୈଦ୍ୟ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଏ ।