ଦିନକ ପରେ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି । ମା’ ଦୁର୍ଗାଙ୍କର ବାସନ୍ତିକ ଦୁର୍ଗାପୂଜା ପାଳନ ଅବସରରେ ଅଷ୍ଟମୀ ତିଥି ଦିନ ମହାସଂଯୋଗ ସ୍ଥିତି ଉପୁଜୁଛି । ପ୍ରାୟ ୭୦୦ ବର୍ଷ ବ୍ୟବଧାନରେ ଗ୍ରହଗୁଡ଼ିକର ମହାସଂଯୋଗ କାରଣରୁ ସବୁ ରାଶିର ଲୋକଙ୍କ ଜୀବନରେ ବହୁତ ଖାସ ପରିବର୍ତନ ହେବ । ଚାରିଟି ରାଶିରେ ସାତୋଟି ଗ୍ରହ ରହୁଥିବାରୁ କେଦାର ଯୋଗ ଉତ୍ପନ୍ନ ହେଉଛି ।
ବିଶେଷ କରି ଗୋଟିଏ ରାଶିରେ ଏକରୁ ଅଧିକ ଗ୍ରହ ରହୁଥିବାରୁ ଦୁର୍ଲଭ ଯୋଗ ରହିଛି । ଶୁକ୍ର ମେଷରାଶିକୁ ଗମନ କରୁଛନ୍ତି । ପୂର୍ବରୁ ମେଷରେ ରାହୁ ଅବସ୍ଥାନ କରିଛନ୍ତି । ଗୁରୁ ବୃହସ୍ପତି ଏବେ ମୀନରାଶିରେ ଅଛନ୍ତି । ଶନି ମଧ୍ୟ କୁମ୍ଭ ରାଶିରେ ଅଛନ୍ତି । ମେଷରେ ବୁଧ ଅଛନ୍ତି ଓ ମୀନରେ ସୂର୍ଯ୍ୟ ଅଛନ୍ତି ।
ମେଷରାଶିରେ ଶୁକ୍ର ଗମନ କରୁଥିବାରୁ ମାଲବ୍ୟ ଯୋଗ । ମୀନରେ ଗୁରୁ ବୃହସ୍ପତି ରହୁଥିବାରୁ ହଂସଯୋଗ । ମୀନରେ ସୂର୍ଯ୍ୟ ଥିବାରୁ ମହାଭାଗ ଯୋଗ ରହୁଛି । ଫଳରେ ଅଷ୍ଟମୀ ତିଥିରେ କନ୍ୟା ରାଶି ପାଇଁ ମାଲବ୍ୟ ଯୋଗ ବହୁତ ଖାସ ।
ବନ୍ଧୁବାନ୍ଧବଙ୍କ ଗହଣରେ ଦିନଟିକୁ କଟାଇବେ । ଧନାଗମର ସୁଯୋଗ ରହିଛି । ମିଥୁନ ରାଶିର ଲୋକଙ୍କ ପାଇଁ ହଂସଯୋଗ ଓ ମାଲବ୍ୟ ଯୋଗ ଶୁଭଦାୟକ ରହିବ । ଧନଦେବୀ ଓ ଭାଗ୍ୟଦେବୀଙ୍କ ଶୁଭଦୃଷ୍ଟି ପଡ଼ିବ । ମୀନରାଶିର ଲୋକଙ୍କ ପାଇଁ ମହାଭାଗ୍ୟ ଯୋଗ ବିଭିନ୍ନ ଅଭିଳାଷ ପୂରଣ କରିବ । ଅନ୍ୟ ରାଶିଗୁଡ଼ିକ ପ୍ରତି ମିଶ୍ରିତ ଫଳ ଦେବ ।