୭୦୦ ବର୍ଷ ପରେ ମହାଷ୍ଟମୀରେ ଦୁର୍ଲଭ ଯୋଗ: ଚାରିଟି ରାଶିକୁ ଫାଇଦା

ମା’ଙ୍କ ଆଶୀର୍ବାଦ କାରଣରୁ ଅଟକି ଯାଇଥିବା କାମ….

ଚାଲିଛି ବାସନ୍ତୀ ନବଦୁର୍ଗା ପୂଜା । ଚଳିତ ଚୈତ୍ର ନବରାତ୍ରି ଅଷ୍ଟମୀ ତିଥି ବହୁତ ଖାସ ହେବାକୁ ଯାଉଛି । ମହାଷ୍ଟମୀ ଦିନ ୬ଟି ପ୍ରମୁଖ ଗ୍ରହ ଚାରିଟି ରାଶିରେ ଅବସ୍ଥାନ କରୁଛନ୍ତି । ଗୁରୁ ବୃହସ୍ପତି ଏବେ ଆପଣା ମୀନରାଶିରେ ଅବସ୍ଥାନ କରିଛନ୍ତି; ୨୮ ମାର୍ଚ୍ଚରେ ସେ ଅସ୍ତ ହୋଇଯିବେ । ସୂର୍ଯ୍ୟ ମୀନରାଶିରେ ଅଛନ୍ତି । ମେଷରାଶିରେ ଶୁକ୍ର, ରାହୁ ଓ ବୁଧ ଅଛନ୍ତି । ଶନି ଆପଣା ଘର କୁମ୍ଭରାଶିରେ ବିରାଜମାନ ।

୬ଟି ଗ୍ରହଗୁଡ଼ିକର ଏଭଳି ଅବସ୍ଥାନ ପ୍ରାୟ ୭୦୦ ବର୍ଷ ପରେ ଦେଖିବାକୁ ମିଳୁଛି । ସେହି କାରଣରୁ ମାଲବ୍ୟ, କେଦାର, ହଂସ ଓ ମହାଭାଗ୍ୟ ଯୋଗ ସୃଷ୍ଟି କରୁଛି । ଗ୍ରହଗୁଡ଼ିକର ଏଭଳି ସ୍ଥିତି ମିଥୁନ, କର୍କଟ, କନ୍ୟା ଓ ମୀନରାଶିର ଲୋକଙ୍କୁ ଅତ୍ୟନ୍ତ ଭଲ ଫଳ ପ୍ରଦାନ କରିବ ।

ମିଥୁନ ରାଶିର ଲୋକଙ୍କ ପାଇଁ ବ୍ୟବସାୟ ଲାଭଦାୟକ ରହିବ । ଶୁଭ ସମାଚାର ପ୍ରାପ୍ତ ହେବ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ଭଲ ପ୍ରସ୍ତାବ ଜୁଟିବ । କର୍କଟ ରାଶିର ଲୋକଙ୍କୁ ଭଲ ଚାକିରି ମିଳିଯିବ । ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ ।

କନ୍ୟା ରାଶିର ଛାତ୍ରଛାତ୍ରୀଙ୍କ ହାତ ପାଆନ୍ତାକୁ ଭଲ ସୁଯୋଗ ଜୁଟିବ । ଚାକିରି ଆଶାୟୀଙ୍କୁ ନିଯୁକ୍ତି ମିଳିବ । ବ୍ୟବସାୟ ପାଇଁ ନିବେଶ ବାଟ ଖୋଲିଯିବ । ମୀନରାଶିର ଲୋକଙ୍କୁ ସମାଜରେ ମାନସମ୍ମାନ ମିଳିବ । ମା’ଙ୍କ ଆଶୀର୍ବାଦ କାରଣରୁ ଅଟକି ଯାଇଥିବା କାମ ସୁରୁଖୁରୁରେ ସରିଯିବ । ଚାକିରି କରୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ ।