ମହା ଶିବରାତ୍ରି ଦିନ ଶନି-ସୂର୍ଯ୍ୟ-ଚନ୍ଦ୍ର ତ୍ରିଗ୍ରହୀ ଯୋଗ

ଚାରିଟି ରାଶିର ଲୋକଙ୍କ ଜୀବନରେ ଅଲୌକିକ ଘଟଣା ଘଟିବ….

ଭଗବାନ ଶିବଙ୍କୁ ସମର୍ପିତ ଦିନଟି ହେଉଛି ପବିତ୍ର ମହା ଶିବରାତ୍ରୀ । ହିନ୍ଦୁଶାସ୍ତ୍ର ଅନୁସାରେ ମହା ଶିବରାତ୍ରୀ ଦିନ ଶିବ-ପାର୍ବତୀଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହା ଶିବରାତ୍ରୀ ପାଳନ କରାଯାଏ । ଚଳିତ ଫେବୃଆରୀ ୧୮ ଶନିବାର ବିରଳ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେଉଛି ଅର୍ଥାତ୍‌ ଶନି-ସୂର୍ଯ୍ୟ-ଚନ୍ଦ୍ର ଏକତ୍ର ରହୁଛନ୍ତି ।

ଜାନୁଆରୀ ୧୭ ତାରିଖରେ ନ୍ୟାୟ ଦେବତା ଶନିଦେବ କୁମ୍ଭରାଶିକୁ ଗମନ କରିଛନ୍ତି । ଫେବୃଆରୀ ୧୩ ତାରିଖରେ ସୂର୍ଯ୍ୟ କୁମ୍ଭରାଶିକୁ ଚଳିବେ । ଫେବୃଆରୀ ୧୮ ତାରିଖରେ ଚନ୍ଦ୍ରମା କୁମ୍ଭରାଶିରେ ଅବସ୍ଥାନ କରିବେ । ତିନୋଟି ଗ୍ରହ ଏକତ୍ର ରହିବା ଅତ୍ୟନ୍ତ ଦୁର୍ଲଭ ଯୋଗ । ସେଦିନ ମହାଦେବଙ୍କର ପୂଜାର୍ଚ୍ଚନା କଲେ ସବୁ ରାଶିର ପୁରୁଷ ଓ ମହିଳାଙ୍କ ଜୀବନରେ କିଛି ନାକିଛି ପରିବର୍ତନ ଘଟିବ । ତେବେ ଚଳିତବର୍ଷ ଚାରିଟି ରାଶିର ଲୋକଙ୍କ ଜୀବନରେ ଅଲୌକିକ ଘଟଣା ଘଟିବ ।

ମେଷ: ଭଗବାନ ଶିବଙ୍କର ପ୍ରିୟ ରାଶିଗୁଡ଼ିକ ଭିତରୁ ମେଷରାଶି ଅନ୍ୟତମ । ପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଚଳିତବର୍ଷ ଆପଣଙ୍କ ଜୀବନରେ ବିରାଟ ପରିବର୍ତନ ଘଟିବ । ପବିତ୍ର ଶିବରାତ୍ରି ଦିନ ଆପଣ ସଦାଶିବଙ୍କର ଉପାସନା ଓ ଜଳାଭିଷେକ କରନ୍ତୁ । ଆପଣଙ୍କ ଅଟକିଥିବା କାମ ପୁରାଦମରେ ଆଗକୁ ଚାଲିବ ।

ବିଛା: ବିଛାରାଶିର ଅଧିପତି ମଙ୍ଗଳ କାରଣରୁ ପୁରୁଷ ଓ ମହିଳାମାନେ ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ଆପଣଙ୍କ ଜୀବନରେ ଭାଗ୍ୟୋଦୟ ହେବ । ଅଜଣା ଭୟରୁ ମୁକ୍ତି ମିଳିବ । ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଶରୀରରେ ଅଦ୍ଭୁତ ଶକ୍ତି ଜାଗ୍ରତ ହେବ । ଅସମ୍ଭବ କାମ ଅଚିରେ ପୂରଣ ହେବ ।

ମକର: ମକର ରାଶିର ଅଧିପତି ଶନିଦେବ । ଭଗବାନ ଶିବଙ୍କର ପରମଭକ୍ତ ହେଉଛନ୍ତି ଶନିଦେବ । ସୂର୍ଯ୍ୟଦେବଙ୍କ ପୁତ୍ର ଶନିଦେବ ଚଳିତ ପବିତ୍ର ମହା ଶିବରାତ୍ରୀ ଦିନ ମକର ରାଶିର ପୁରୁଷ ଓ ମହିଳାଙ୍କ ପ୍ରତି ଶୁଭଦୃଷ୍ଟି ପକାଉଛନ୍ତି । ତେଣୁ ସେଦିନ ଭଗବାନ ଶିବ ଓ ଶନିଦେବଙ୍କୁ ପୂଜାର୍ଚ୍ଚନା କଲେ, ଆପଣଙ୍କ ପିଲାମାନଙ୍କର ଭାଗ୍ୟୋଦୟ ଘଟିବ । ଆପଣଙ୍କ ଚାକିରିରେ ପଦୋନ୍ନତି ଘଟିବ । ବେପାର ବ୍ୟବସାୟ ଲାଭଦାୟକ ରହିବ । ଧନସଂପତି ବୃଦ୍ଧି ପାଇବ । ପରିବାରରେ ସୁଖସମୃଦ୍ଧି ବଜାୟ ରହିବ ।

କୁମ୍ଭ: ମକର ରାଶି ଭଳି କୁମ୍ଭରାଶିର ଅଧିପତି ଶନିଦେବ । ଏହି ରାଶିର ପୁରୁଷ ଓ ମହିଳାମାନେ ଶିବଲିଙ୍ଗରେ ଜଳାଭିଷେକ କରିବା ଉଚିତ । ଶନିଦେବଙ୍କର ଇଷ୍ଟଦେବତା ଶିବ ହୋଇଥିବାରୁ ଉଭୟଙ୍କ ପୂଜାର୍ଚ୍ଚନା କଲେ, ଚାକିରି, ବ୍ୟବସାୟ, ଅଭିନୟ, ପରିବାର, ରାଜନୀତି, ପ୍ରେମ, ପାଠପଢ଼ା ପ୍ରଭୃତି ଦିଗରେ ସଫଳତା ଦେଖାଦେବ ।