ନୁଆଦିଲ୍ଲୀ/ନଇଡା: ଏହି ସୁବିଶାଳ ମନ୍ଦିରକୁ ୧୧୦୦୦ କୁଶଳୀ ସ୍ଥପତି ଓ ଶ୍ରମିକ ପାଞ୍ଚ ବର୍ଷ କଠୋର ପରିଶ୍ରମ କରି ନିର୍ମାଣ କରିଥିଲେ l ଏଥିରେ ଓଡିଶାର ଅନେକ କୁଶଳୀ ପଥର ଶିଳ୍ପୀମାନେ ବର୍ଷ ବର୍ଷ ଧରି କୀର୍ତ୍ତିରାଜି ନିର୍ମାଣ କରିଥିଲେ । ଗର୍ଭଗୃହର ମୁଖ୍ୟ ଉପାସ୍ୟ ଦେବତା ହେଉଛନ୍ତି ଶ୍ରୀ ସ୍ୱାମୀ ନାରାୟଣ l ତାଙ୍କର ମୂର୍ତ୍ତି ଟି ୧୧ ଫୁଟ ଉଚ୍ଚ ଓ ଅଷ୍ଟଧାତୁରେ ତିଆରି l ନିର୍ମାଣ ୬ ନଭେମ୍ବର, ୨୦୦୫ l ୩୫୬ ଫୁଟ ଲମ୍ବ, ୩୧୬ ଫୁଟ ଓସାର, ୧୪୧ ଫୁଟ ଉଚ୍ଚ l ଏଥିରେ କାରୁକାର୍ଯ୍ୟ ଖଚିତ ୨୩୪ ଟି ସ୍ତମ୍ଭ, ୨୦ ହଜାର ମୂର୍ତ୍ତି, ୧୪୮ ଟି ହାତୀ ନିର୍ମାଣ କରା ଯାଇଛି l
ଅନ୍ୟାନ୍ୟ ପୂଜା ପାଉଥିବା ଦେବା ଦେବୀ ମୂର୍ତ୍ତି ହେଲେ ଲକ୍ଷ୍ମୀ ନାରାୟଣ , ଶିଵ ପାର୍ବତୀ ଓ ରାଧା କୃଷ୍ଣ ଓ ସୀତା ରାମ l ଏହା ବ୍ୟତୀତ ଆର୍ଯ୍ୟଭଟ, ବ୍ରହ୍ମଗୁପ୍ତ, ପାଣିନୀ, ଚରକ, ସୁଶୃତ, ଚାଣକ୍ୟ, କାଳିଦାସ, କବିର, ମୀରାବାଈ, ରାମାନନ୍ଦ, ସ୍ୱାମୀ ବିବେକାନନ୍ଦ, ସି ଭି ରମଣ, ଏସ ରାମାନୁଜନ, ଜଗଦୀଶ ଚନ୍ଦ୍ର ବୋଷ, ପ୍ରଭୃତି ଙ୍କର ଭବ୍ୟ ମୂର୍ତ୍ତି ଗୁଡିକ ବିଭିନ୍ନ ସ୍ଥାନରେ ଖୋଦେଇ କରା ଯାଇଛି l