ସତ୍ ର ଅଭାବ ନାହିଁ, ଅସତ୍ ର ସତ୍ତା ହିଁ ନାହିଁ: ସତ୍ କାହାକୁ କହିବା

'ହରି ବ୍ୟାପକ ସର୍ବତ୍ର ସମାନା'

ସତ୍ ର ଅଭାବ ନାହିଁ, ଅସତ୍ ର ସତ୍ତା ହିଁ ନାହିଁ. ଯାହା ତିନି କାଳରେ ଅଛି ତାକୁ ହିଁ ସତ୍ କହନ୍ତି। ସେ ସବୁ ଦେଶ, କାଳ, ବସ୍ତୁରେ ଅଛି। ସେ ସର୍ବ ବ୍ୟାପକ।
“ହରି ବ୍ୟାପକ ସର୍ବତ୍ର ସମାନା”
ନାମ, ରୂପ ଭିନ୍ନ- ଭିନ୍ନ କିନ୍ତୁ ଆତ୍ମସତ୍ତା ସର୍ବତ୍ର ସମାନ। ସେ ଯେମିତିକୁ ସେମିତି ହିଁ ଅଛି। ସେହି ଅଖଣ୍ଡ ଆତ୍ମସତ୍ତାର କେଉଁଠାରେ ହେଲେ ଅଭାବ ନାହିଁ।
ସତ୍ ର କେବେ ଅଭାବ ହୁଏ ନାହିଁ। ମନେ ରଖିବା ଓ ଭୁଲିଯିବାରେ ସନ୍ଧି ବା ମେଳ ଦେଖାଯାଏ। କିନ୍ତୁ ସତ୍ ରେ କେବେ ସନ୍ଧି ବା ମେଳ ନାହିଁ। ସେ ତ ମନେ ରଖିବା ଓ ଭୁଲିଯିବାରେ ବି ଅଛି। ତା ଦ୍ୱାରା ହିଁ ତ ମନେ ରଖିବା ଓ ଭୁଲିଯିବା, ସୁଖ- ଦୁଃଖ, ଉଷ୍ମ-ଶୀତ ତଥା ମାନ- ଅପମାନ ଜଣାପଡେ।

ସେହି ଆତ୍ମ ତତ୍ତ୍ୱ ବଦଳୁଥିବା ସନ୍ଧିରେ ମଧ୍ଯ ସେହିପରି ନିଜ ସ୍ୱରୂପରେ ହିଁ ରହିଥାଏ। ଯେପରି ଚାରିଟା ଓ ପାଞ୍ଚଟା ସମୟ ମଧ୍ୟରେ ଅନ୍ତର ଅଛି। ଚାରି ଘଣ୍ଟା ସରିଲା ଓ ପାଞ୍ଚ ଘଣ୍ଟା ଆରମ୍ଭ ହେଲା। ଦୁଇ ଘଣ୍ଟା ମଧ୍ୟରେ ଅନ୍ତର ଅଛି। କିନ୍ତୁ ଚୈତନ୍ୟ ସତ୍ତା ଦୁଇ ସନ୍ଧି କାଳରେ ମଧ୍ଯ ସମାନ ରହେ। ବସ୍ତୁ ମାନଙ୍କର ପରସ୍ପର ମଧ୍ୟରେ ଭେଦ ଅଛି କିନ୍ତୁ ସତ୍ ରେ ଭେଦ ନାହିଁ। ଅଳଙ୍କାର- ଅଳଙ୍କାରର ନାମ, ରୂପରେ ଭେଦ ଅଛି କିନ୍ତୁ ସ୍ବର୍ଣ୍ଣ ସତ୍ତାର ଭେଦ ନାହିଁ। ସେ ସମସ୍ତ ଅଳଙ୍କାରରେ ସଦା ସତ୍ତା ରୂପରେ ବିଦ୍ୟମାନ ରହେ।

ଦେଶ, କାଳ, ବସ୍ତୁ, ବ୍ୟକ୍ତି, ପରିସ୍ଥିତି ଆଦିର ପରିବର୍ତ୍ତନ ହୁଏ। ଯାହାର ଆରମ୍ଭ ଅଛି ତାହାର ସମାପ୍ତି ମଧ୍ଯ ହେବ। ସତ୍ ର ନା ଆରମ୍ଭ ନା ସମାପ୍ତି। ନା ମଧ୍ଯ ନା ସନ୍ଧି ନା ଅଭାବ। ସେହି ଚୈତନ୍ୟ ଆତ୍ମ ସତ୍ତା ହିଁ ତୁମେ। ଯାହା ବଦଳିଯାଏ, ତାହା ତୁମେ ନୁହଁ। ତାହା ପ୍ରକୃତି. ତାହା ମାୟା।

କୌଣସି ସ୍ଥାନ, ବସ୍ତୁ, ଘଟଣା, ଅନୁଭବ, ସ୍ବାଦକୁ ସ୍ମରଣ କରିବାକୁ ପଡେ କିନ୍ତୁ କୌଣସି ସ୍ଥିତିରେ ‘ମୁଁ’ ସତ୍ ର ଅଭାବ ହୁଏ ନାହିଁ। ମନେ ରଖିବା ଓ ଭୁଲିଯିବାରେ ମଧ୍ଯ ସେ ହିଁ ଅଛି। ନିଜେ ନିଜକୁ ଦ୍ରଷ୍ଟା, ସାକ୍ଷୀ, ଆତ୍ମା ରୂପରେ ଆମେ ନ ଜାଣିଲେ ମଧ୍ଯ ସେ ସେମିତି ହିଁ ଅଛି ଏବଂ ସଦଗୁରୁଙ୍କ କୃପାରୁ ଆମେ ନିଜକୁ ଦ୍ରଷ୍ଟା, ସାକ୍ଷୀ, ଆତ୍ମା ରୂପରେ ଆମେ ଜାଣିଲେ ମଧ୍ଯ ସେ ସେମିତି ହିଁ ଅଛି।

ତିନି ଅବସ୍ଥାରେ ପରିବର୍ତ୍ତନ ଅଛି କିନ୍ତୁ ସବୁ ଅବସ୍ଥାରେ ମୁଁ ଆତ୍ମା ତ ଯେମିତିକୁ ସେମିତି ଅଛି। ସେ ଦିଗରେ ଦୃଷ୍ଟିଦେଇ ଜାଣିବାକୁ ପଡିବ ଯେ ସେହି ବ୍ୟାପକ ତତ୍ତ୍ୱ ହିଁ ପରମାତ୍ମା ତତ୍ତ୍ୱ ଏବଂ “ସେ ହିଁ ମୁଁ”। ପୁଣି ନିଜେ ନିଜକୁ କେମିତି ଭୁଲିପାରିବ ? ଯେବେ ଭୁଲି ପାରିବନି, ତେବେ କୌଣସି ମନେ ପକାଇବା ବାଲାର ଆବଶ୍ୟକତା ବି ନାହିଁ। ଭୁଲିଯିବାକୁ ମଧ୍ଯ ସେ ହିଁ ପ୍ରକାଶିତ କରେ। ପ୍ରକାଶ, ଅନ୍ଧକାର, ଅଜ୍ଞାନ ଏବଂ ବିଶେଷ ଚୈତନ୍ୟ ଜ୍ଞାନକୁ ମଧ୍ଯ ସେ ହିଁ ପ୍ରକାଶିତ କରେ। ସେହି ଅଖଣ୍ଡ ଆତ୍ମ ସତ୍ତା ତ ଯେମିତିକୁ ସେମିତି ହିଁ ରହେ। ଏହା ହିଁ ବୋଧ, ଏହା ହିଁ ସାମାନ୍ୟ ଜ୍ଞାନ, ଏହା ହିଁ ତତ୍ତ୍ୱଜ୍ଞାନ।

ଅସତ୍’ର ତ ସତ୍ତା ହିଁ ନାହିଁ, ତେବେ ତାକୁ ହଟାଇବା, ଲିଭାଇବା, ଛାଡିବା କଣ ? ଆତ୍ମ ସତ୍ତା ଯେମିତିକୁ ସେମିତି ‘ଅଛି’ ରୂପରେ ପରିପୂର୍ଣ୍ଣ, ଶାନ୍ତ, ସ୍ୱତଃ ସିଦ୍ଧ। ତାହାର କିଛି ଧ୍ୟାନ, ଚିନ୍ତନ କରିବାର ନାହିଁ। ଧ୍ୟାନ, ଚିନ୍ତନ କଲେ ନ କଲେ ଏହି ଅଖଣ୍ଡ ସତ୍ତାରେ କୌଣସି ଉଣା, ଅଧିକ, ବିଶେଷତା ଆସିବାର ନାହିଁ। ଅନ୍ୟ ବିଚାର, ବାର୍ତ୍ତାଳାପ ଏବଂ କାମରେ ‘ମୁଁ’ ର ଚିନ୍ତନ ଛାଡ଼ିଗଲେ ମଧ୍ଯ ‘ମୁଁ’ ସେମିତି ହିଁ ଅଛି, ‘ମୁଁ’ ର ଧ୍ୟାନ ଆସିଗଲେ ମଧ୍ଯ ମୁଁ ସେମିତି ହିଁ ଅଛି। ଧ୍ୟାନ ଲାଗୁ ନ ଲାଗୁ, ‘ମୁଁ’ ଅଛି। ବୃତ୍ତି ଲାଗିଗଲା, ତେବେ ବି ‘ମୁଁ’ ଅଛି, ଲାଗିଲାନାହିଁ ତେବେ ବି ‘ମୁଁ’ ଅଛି। ଏ ସବୁ ଦ୍ୱାରା ‘ମୁଁ’ ରେ କିଛି ଫରକ ପଡିଲା କି ? କିଏ ଜନ୍ମ ହେଉ କି ମରୁ, ଲାଭ ହେଉ କି କ୍ଷତି ହେଉ, କିଏ ଆସୁ କି ଯାଉ, ଶୀତ ହେଉ କି ଗରମ, ସୁଖ ହେଉ କି ଦୁଃଖ, ଭୋକ ହେଉ କି ଶୋଷ, ନିଜର ‘ସ୍ୱ’ ରେ ଯଦି ସ୍ଥିତି ଅଛି, ତେବେ ସୁଖ- ଦୁଃଖ ଆସୁ, କଣ ହେଲା ? କିଏ ଜନ୍ମୁ କି ମରୁ, କଣ ଗଲା ?