ଭୁବନେଶ୍ୱର: ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ରମଜାନ ପାଇଁ ସୁନ୍ଦର ଭାବରେ ସଜେଇ ହୋଇଛି ମସଜିଦ୍ । ରୋଜା ମାସ ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସ ରଖୁଛନ୍ତି । ଘରେଘରେ ହୋଇଛି ରମଜାନ ମାସର ପ୍ରସ୍ତୁତି । ମସଜିଦଗୁଡିକରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ।
ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ସୁବ୍ୟବସ୍ଥା କରାଯାଇଛି । ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମାସକୁ ସ୍ୱତନ୍ତ୍ର ମୁସଲମାନଙ୍କ ପବିତ୍ର ରମଜାନ ମାସ ବୋଲି ପରିଗଣିତ ଅଛି ।