ହୋଲି ପର୍ବରେ ଏହି ବାସ୍ତୁ ଟିପ୍ସ ବଦଳାଇ ଦେବ ଭାଗ୍ୟ, ସୁଖ-ସମୃଦ୍ଧି ସହ ଧନର ହେବ ଆଗମନ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ଶନିବାର ଦିନ ରଙ୍ଗର ପର୍ବ ହୋଲି ପାଳନ କରାଯିବ । ଭଳିକି ଭଳି ରଙ୍ଗର ସହିତ ଭକ୍ତି,ପ୍ରେମ ଓ ସ୍ନେହରେ ଏହି ପର୍ବକୁ କାହିଁ କେଉଁ ଶତାବ୍ଦୀରୁ ପରମ୍ପରା ଆକାରରେ ପାଳନ କରି ଆସୁଛନ୍ତି ଲୋକେ । ଏହିଦିନ ଲୋକମାନେ ବନ୍ଧୁ, ପରିଜନ ଆଦିଙ୍କୁ ରଙ୍ଗ ଲଗାଇ ବଧେଇ ଜଣାନ୍ତି । ମିଠା ଓ ଏକାଧିକ ପ୍ରକାରର ମିଷ୍ଟାନ୍ନ ଖାଇ ପର୍ବଟିକୁ ସବୁ ବର୍ଷ ଧୁମଧାମ୍ ରେ ପାଳନ କରାଯାଏ ।

ତେବେ ଜ୍ୟୋତିଷଙ୍କ କହିବା ଅନୁଯାଇ, ହୋଲି ଦିନ କିଛି ସହଜ ବାସ୍ତୁ ଉପାୟ ରହିଛି ଯାହା କୁ ଆପଣାଇବା ଦ୍ୱାରା ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଗମନ ହେବ ବା ଆସିବ । ତାହେଲେ ଚାଲନ୍ତୁ ଜାଣିବା ହୋଲୀ ଦିନ କେଉଁ କେଉଁ ବାସ୍ତୁ ଟିପ୍ସ ଆପଣାଇବା…

୧. ଭଗବାନ ଶୀକୃଷ୍ଣ ଓ ରାଧାଙ୍କ ଫଟୋ ହୋଲି ଦିନ ଘର କୁ ଆଣିବା ଦ୍ୱାରା ଖୁବ୍ ଶୁଭ ହୋଇଥାଏ । ଏହାକୁ ଆପଣ ନିଜ ପୂଜା ଘରେ କିମ୍ବା ବେଡରୁମ୍ ରେ ଲଗାଇପାରିବେ । ଏହାକୁ ଆପଣ ବାସ୍ତୁ ହିସାବରେ ଘରେ ଲଗାନ୍ତୁ ।

୨. ହୋଲି ପର୍ବରେ ଗଣେଷ ଙ୍କ ପୁଜା କରିବା ଦ୍ୱାରା ପରିବାରକୁ ସୁଖ-ସମୃଦ୍ଧି ଆସିଥାଏ । ପରିବାର ସଦସ୍ୟଙ୍କ ଭାଗ୍ୟ ମଧ୍ୟ ବଦଳିଥାଏ ।

୩. ହୋଲି ପରି ଶୁଭ ଅବସରରେ ଆପଣ ଘର କିମ୍ବା ବେଡରୁମ୍ ରେ ଗଛ ଆଣି ରଖିବା ଦ୍ୱାରା ଘରୁ ଗ୍ରହ ଦୋଷ ଦୂର ହେବ । ଆପଣ ତୁଳସୀ କିମ୍ବା ମନିପ୍ଲାଣ୍ଟ୍ ଅବା କୌଣସି ଇନଡୋର୍ ପ୍ଲାଣ୍ଟ୍ ଆଣି ଘରେ ଲଗାଇପାରିବେ ।

୪. ଘରେ ଲାଗିଥିବା ପତାକା ମାନ-ସମ୍ମାନ, ସୁଖ-ସମୃଦ୍ଧି ଘରକୁ ଆଣିଥାଏ । ଘରର ଶୀର୍ଷରେ ଲଗାଯାଇଥିବା ପତାକାକୁ ବଦଳାଇବାର ସବୁଠୁ ଶୁଭ ଅବସର ହେଉଛି ହୋଲି ।