ଆପଣ ଜାଣନ୍ତି? ଭାରତର ମାତ୍ର ୬ଟି ସ୍ଥାନରେ ସୃଷ୍ଟିକର୍ତା ବ୍ରହ୍ମାଙ୍କ ପୂଜାର୍ଚ୍ଚନା କରାଯାଏ । ରାଜସ୍ଥାନର ପୁଷ୍କର, ତାମିଲନାଡୁର କୁମ୍ବକୋନମ ଓ ତିରୁପୋତୁର, କେରଳର ଥିରୁନାଭାୟା, ଗୋଆର କାରାମବୋଲିମ, ହିମାଚଳ ପ୍ରଦେଶର ଖୋଖନରେ ସୃଷ୍ଟିର ସ୍ରଷ୍ଟା ବ୍ରହ୍ମାଙ୍କ ମନ୍ଦିର ନିର୍ମାଣ କରାଯାଇଛି ।
ସୃଷ୍ଟି ପାଳନକର୍ତା ବିଷ୍ଣୁ ଓ ସଂହାରକର୍ତା ମହାଦେବଙ୍କ ମନ୍ଦିର ସାରା ଦେଶରେ ଭର୍ତି ହୋଇ ରହିଛି । ଯୋଉ ଗାଁକୁ ଯିବ ସେଠାରେ ମହାଦେବ ଅବା ବିଷ୍ଣୁଙ୍କ ମନ୍ଦିର ରହିଛି । କିନ୍ତୁ ସୃଷ୍ଟିକର୍ତା ବ୍ରହ୍ମାଙ୍କ ପୂଜା ପୀଠ ଦୃଷ୍ଟିରେ ପଡ଼ିବା ବିରଳ ।
ଏମିତି କାହିଁକି? ପୁରାଣ କଥା ଅନୁସାରେ ମାନସ ପୁତ୍ରୀ ସରସ୍ୱତୀଙ୍କୁ ବିବାହ କରିବାର ଅଭିଳାଷ ପୋଷଣ କରିବାରୁ ମାତା ସାବିତ୍ରୀ ସୃଷ୍ଟିକର୍ତା ବ୍ରହ୍ମାଙ୍କୁ ଅପୂଜା ରହିବାର ଅଭିଶାପ ଦେଇଛନ୍ତି ।