ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦିକ ଶୁଭେଚ୍ଛା  । ଏହା ବ୍ୟତୀତ ଆଜି ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେଉଛି । ଏଥିପଆଇଁ ତମାମ ରାଜ୍ୟ ବେଶ ଉତ୍ସବ ମୁଖର ହୋଇ ପଡିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସାଜସଜ୍ଜା ମଧ୍ୟ ଶେଷ ହୋଇଛି । ହନୁମାନ ଜୟନ୍ତି ପାଇଁ ବିଭିନ୍ନ ମହାବୀରଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି । ସେହିପରି ଆଜି ପଣାସଂକ୍ରାନ୍ତି ଥିବାରୁ ଘରେ ଘରେ ଚଉଁରାରେ ଠେକି ବନ୍ଧା ପର୍ବ ମଧ୍ୟ ଆରମ୍ଭ ହୋଇଚି । ମନ୍ଦିର ଗୁଡିକରେ ସକାଳୁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି ।

02:4 PM