ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଆଜି ପବିତ୍ର ଗହ୍ମାପୂର୍ଣ୍ଣିମୀ ବା ରାକ୍ଷୀପୂର୍ଣ୍ଣିମା। ସାରା ଦେଶରେ ରାକ୍ଷୀପୂର୍ଣ୍ଣିମାକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ଭାଇ ଓ ଭଉଣୀର ସମ୍ପର୍କକୁ ମଜବୁତ କରିଥାଏ ରାକ୍ଷୀ । ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବାର ନିଦର୍ଶନ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ତାର ସୁରକ୍ଷା ପାଇଁ ଭାଇକୁ ପୂଜା କରି ରାକ୍ଷୀ ବାନ୍ଧି ଥାଏ । ଦୁନିଆରେ ଭାଇ ଓ ଭଉଣୀ ସମ୍ପର୍କ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହାକୁ ପ୍ରମାଣିତ କରିବା ପାଇଁ ରାକ୍ଷୀ ହିଁ ସାକ୍ଷୀ ଥାଏ । ଦୁନିଆର ସବୁ ସମ୍ପର୍କଠୁ ନିଆରା ଏହି ସମ୍ପର୍କ । ଛୋଟବେଳୁ ସାଙ୍ଗ ହେଇ ହସିବା, ଖେଳିବା, ପଢିବା ଆଦି କାର୍ଯ୍ୟରେ ଜଣେ ଭଉଣୀ ସାଙ୍ଗରେ ତାର ଭାଇ ଥାଏ ।