ସମଦୁଃଖସୁଖଃ ସ୍ଵସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ |
ତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ || 24 ||ମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ |
ସର୍ଵାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ||
ଯେ ଦୁଃଖ ସୁଖ ସମାନଭାବରେ ଗ୍ରହଣ କରନ୍ତି ଓ ନିଜ ସ୍ୱରୂପରେ ସ୍ଥିର ରହନ୍ତି , ହୀରା ନୀଳା ସୁନା ପଥର ଲୁହାଖ¨ ଏକାପରି ଦେଖନ୍ତି, ପ୍ରୀୟ , ରୁଚିକର ବା ଅପ୍ରୀୟ , ଅରୁଚିକର ବସ୍ତୁକୁ ଏକାଦୃଷ୍ଟିରେ ଦେଖନ୍ତି, ନିନ୍ଦା ଓ ପ୍ରଶଂସାକୁ ସମାନ ଭାବରେ ଗ୍ରହଣ କରନ୍ତି, ମାନ ଅପମାନକୁ ସମାନ ଭାବରେ ଗ୍ରହଣ କରନ୍ତି , ଶତୃ ଓ ମିତ୍ରକୁ ସମାନ ବ୍ୟବହାର କରନ୍ତି, ଫଳଦାୟୀ କର୍ମରେ ଯେ ଉଦ୍ୟମଶୂନ୍ୟ ହେଇ ରହିଥାନ୍ତି ତାଙ୍କୁ ଗୁଣାତୀତ ବୋଲି କୁହାଯାଏ ।