ଆର୍ଚ୍ଚର ଚଳିତ ଆଇପିଏଲରେ ଖେଳିବେ ନାହିଁ!

ବେଙ୍ଗାଲୁରୁ : ଆଇପିଏଲ-୨୦୨୨ରେ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଜୋଫ୍ରା ଆର୍ଚ୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛି । ଆଇପିଏଲ-୨୦୨୨ ମେଗା ନିଲାମ ପାଇଁ ଆର୍ଚ୍ଚର ନିଜର ନାମ ପଞ୍ଜୀକରଣ କରିନଥିଲେ । କିନ୍ତୁ ପରେ ସେ ପଞ୍ଜୀକରଣ କରିଥିଲେ । ତାଙ୍କୁ କିଣିବା ପାଇଁ ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ଶେଷରେ ମୁମ୍ବାଇ ଆର୍ଚ୍ଚରଙ୍କୁ ୮ କୋଟିରେ କିଣିଥିଲା । ଅନ୍ୟପକ୍ଷରେ ଜୋଫ୍ରା ଆର୍ଚ୍ଚର ମଧ୍ୟ ଚଳିତ ଆଇପିଏଲ ଖେଳିବେ ନାହିଁ । ସେ ନିଜର ନାମ ଟୁର୍ଣ୍ଣାମେଣ୍ଟରୁ ପ୍ରତ୍ୟାହାର କରି ନେଇଛନ୍ତି ।