ଏସିଆ କପ୍ ପାଇଁ ଦୁଲୀପ ଟ୍ରଫି ହାତଛଡ଼ା କଲେ ତିଲକ ବର୍ମା

ଏସିଆ କପ୍ ପାଇଁ ଦୁଲୀପ ଟ୍ରଫିକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଛନ୍ତି ତିଲକ ବର୍ମା । ପୂର୍ବ ଘୋଷଣା ଅନୁସାରେ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ତିଲକ ବର୍ମା ହାଇଦ୍ରାବାଦ ଘରୋଇ କ୍ରିକେଟ୍ ଟିମ୍ ପାଇଁ ଏକ ଟାଣୁଆ ଖେଳାଳି ।

ଦୁଲୀପ ଟ୍ରଫି ତିଲକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଂଟ । ସେପ୍ଟେମ୍ବର ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଅନୁଷ୍ଠିତ ହେବ । ମାତ୍ର ଚଳିତ ଥର ଦୁଲୀପ ଟ୍ରଫିରେ ତିଲକଙ୍କୁ ଦେଖିବାକୁ ମିଳିବନି ।
ଭାରତର ସାଉଥ୍ ଜୋନ୍ ଚୟନକର୍ତା ତିଲକଙ୍କୁ ମନେ ପକାଇବା ପୂର୍ବରୁ ଜାତୀୟ ଚୟନକର୍ତା ତାଙ୍କୁ ଏସିଆ କପ୍ ପାଇଁ ଚୟନ କରି ସାରିଥିଲେ ।

ତିଲକଙ୍କ ଭଳି ଆର୍ ସାଇ କିଶୋର ମଧ୍ୟ ଦୁଲୀପ ଟ୍ରଫି ଖେଳୁନାହାନ୍ତି । ସାଇ କିଶୋରଙ୍କ ହାତ ଜଖମ ହୋଇଛି । ଅତଏବ ତିଲକ ଓ ସାଇ କିଶୋରଙ୍କ ସ୍ଥାନରେ ଖେଳିବେ ଅଙ୍କିତ ଶର୍ମା ଓ ଶେକ୍ ରସିଦ୍ ।
କେରଳ ମହମ୍ମଦ ଆଝାଉଦ୍ଦିନ୍ ସାଉଥ୍ ଜୋନ୍ ପାଇଁ ଉପ-ଅଧିନାୟକ ଅଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ, ସେପ୍ଟେମ୍ବର ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସାଉଥ୍ ଜୋନ୍ ଓ ନର୍ଥ ଜୋନ୍ ସେମି ଫାଇନାଲ ଖେଳିବେ । ଦ୍ୱିତୀୟ ସେମି ଫାଇନାଲରେ ସେଂଟ୍ରାଲ ଜୋନ୍ ଭେଟିବ ୱେଷ୍ଟ୍ ଜୋନକୁ । ସେପ୍ଟେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଫାଇନାଲ୍ ।

ଟିମ୍ ଇଣ୍ଡିଆ ପାଇଁ ତିଲକ ବର୍ମା ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି ।