ଧର୍ମଶାଳା: ଭାରତ-ଶ୍ରୀଲଙ୍କା ଟି-୨୦ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ରେ ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେଇଛି । ତେବେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ (ଫେବୃଆରୀ ୨୪) ପାଇଁ ଏହି ଅନୁମତି ମିଳି ନାହିଁ । କାରଣ ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଏହି ମ୍ୟାଚ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ ।

ଧର୍ମଶାଳାରେ ଖେଳାଯିବାକୁ ଥିବା ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍ ପାଇଁ ବିସିସିଆଇ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛି । ଧର୍ମଶାଳାରେ ଫେବୃଆରୀ ୨୬ ଓ ୨୭ ତାରିଖରେ ଅନ୍ତିମ ଦୁଇଟି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇସାରିଛି । ସିରିଜ୍ ବିଜୟ ଉପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ଲକ୍ଷ୍ୟ ହେବ ।