ଅଭେଶଙ୍କ ଖରାପ ପ୍ରଦର୍ଶନ ଦଳକୁ ଦେଉଛି ଟେନସନ

ହଂକଂ ବିପକ୍ଷ ମୁକାବିଲାରେ ଅଭେଶ ୪ ଓଭରରେ ୫୩ ରନ୍‌ ବ୍ୟୟ କରିଥିଲେ……

ନୂଆଦିଲ୍ଲୀ : ଭାରତୀୟ ଟିମ ହଂକଂକୁ ପରାସ୍ତ କରି ଏସିଆ କପର ସୁପର ୪ରେ ପ୍ରବେଶ କରିଛି । ପ୍ରଥମେ ପାକିସ୍ତାନ ଓ ପରେ ହଂକଂକୁ ହରାଇବା ପରେ ଦଳ ଏବେ ଦମଦାର ଫର୍ମରେ ରହିଛି । ଏହାମଧ୍ୟରେ ଅଭେଶ ଖାନଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେ ଟି୨୦ରେ ଲଗାତର ଖରାପ ପ୍ରଦର୍ଶନ କରୁଛନ୍ତି । ହଂକଂ ବିପକ୍ଷ ମୁକାବିଲାରେ ଅଭେଶ ୪ ଓଭରରେ ୫୩ ରନ୍‌ ବ୍ୟୟ କରିଥିଲେ । କେବଳ ଗୋଟିଏ ୱିକେଟ ନେଇଥିଲେ ସେ । ତାଙ୍କ ଲାଇନ ଲେନଥ ଠିକ ନଥିବା ଦେଖିବାକୁ ମିଳିଥିଲା ।

ହଂକଂ ଆଗରେ ମଧ୍ୟ ତାଙ୍କ ରଣନୀତି କାମ କରିନଥିଲା । କେବଳ ହଂକଂ ନୁହେଁ, ପାକିସ୍ତାନ ବିପକ୍ଷରେ ମଧ୍ୟ ଅଭେଶ ଖରାପ ପ୍ରଦର୍ଶନ କରିଥିଲେ । ତେବେ ସେ ଏତେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଯେ ଅଧିନାୟକ ତାଙ୍କୁ ପୁରା ୪ ଓଭର ବୋଲିଂ କରିବାକୁ ଦେଇନଥିଲେ । ଅଭେଶ ଏବେସୁଦ୍ଧା ୧୫ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୧୩ଟି ୱିକେଟ ନେଇଛନ୍ତି । ଏହି ସମୟରେ ତାଙ୍କର ଇକୋନୋମି ରହିଛି ୯.୧୦ । ଯାହା ଟି୨୦ରେ ଖୁବ ମହଙ୍ଗା ।