ଆଫ୍ରିଦିଙ୍କୁ ପଛରେ ପକାଇଲେ ହିଟ୍‌ ମ୍ୟାନ

ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି….

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବିରାଟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରୋହିତ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ଲଗାଇବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଁଚିଛନ୍ତି । ସେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ରୋହିତଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୯ ମ୍ୟାଚରେ ମୋଟ ୪୭୭ ଛକା ରହିଛି । ତେବେ ଆଫ୍ରିଦି ୫୨୪ ମ୍ୟାଚରୁ ୪୭୬ ଛକା ଲଗାଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ଲଗାଇବାର ରେକଡ କ୍ରିସ ଗେଲଙ୍କ ନାଁରେ ରହିଛି ।