ବାରବାଟୀ ବିଭ୍ରାଟର କାରଣ ତରବରିଆ ମ୍ୟାଚ ନିଷ୍ପତି

‘ପୂର୍ବ ସରକାର ନଡ଼ିଆ ପିଟି ପଳାଇଲେ । ତମେ କ୍ରୀଡ଼ାମନ୍ତ୍ରୀ ହେବା ପରଠାରୁ ରାଜ୍ୟର ସବୁ ଷ୍ଟାଡ଼ିୟମ ବୁଲିବା ଉଚିତ ନଥିଲା କି? ବାରବାଟୀରେ ଭାରତ-ଇଂଲଣ୍ଡ ମୁକାବିଲା ନିଷ୍ପତି ଗ୍ରହଣ କରିବା ପୂର୍ବରୁ ମଇଦାନର ସବୁ ବିଷୟ ଯାଂଚ କରି ନଥିଲ କି? ଯଦି ଖାଲି ନଡ଼ିଆ ପିଟା ଯାଇଥିଲା, ମ୍ୟାଚ୍‌ ଆୟୋଜନ କଲ କ’ଣ ଲୋକହସା ହେବାକୁ?ଟିକେଟ୍‌ କଳାବଜାରୀ ହୋଇଛି କି ନା’, ସେ କଥା ପୁଲିସ ଭଲ ଭାବରେ ଜାଣିଛି । ପୁଲିସର ଦକ୍ଷତା ଓ କ୍ଷମତା ବିଜେପିକୁ ଭଲ ଭାବରେ ମାଲୁମ । ଯୋଉ ପୁଲିସ ବାବୁଗୁଡ଼ିକ ଏକଦା ବିଜେପି ଦୃଷ୍ଟିରେ ଅପରାଧପ୍ରବଣ ଥିଲେ, ସେଇ ପୁଲିସ କର୍ମଚାରୀମାନେ ଏବେ ବିଜେପିର ଗେହ୍ଲାପୁଅ ।

କ୍ଷମତାକୁ ଆସିବା ପରଠାରୁ ତମ କାମଗୁଡ଼ାକ କେତେ ଦୂରଦୃଷ୍ଟି ସଂପନ୍ନ ହୋଇପାରିଛି, ତାହା ସୁଭଦ୍ରା ଟଙ୍କା ବିଭ୍ରାଟରୁ ଜଳଜଳ ଦେଖାଗଲାଣି । ରାସନ କାର୍ଡ ବିଭ୍ରାଟରୁ ଜଣାଗଲାଣି ।

୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାର ସ୍ୱପ୍ନଟା ଆଗାମୀ ନିର୍ବାଚନରେ ଧୂଳିସାତ୍‌ ହୋଇଯିବ । ବିଜେପିକୁ ସୁଭଦ୍ରା ଯୋଜନା ଓ ରାସନ୍‌ କାର୍ଡ ସାଙ୍ଗକୁ ଆୟୁଷ୍ମାନ ଭାରତ ବୁଡ଼ାଇବ ।’ ଏଭଳି ମନ୍ତବ୍ୟ ପ୍ରଦାନ କରିଛି ଓଡ଼ିଶା ପଛୁଆ ବର୍ଗ ମହାସଂଘ ।
ବାରବାଟୀ ମଇଦାନରେ ଯେବେ ଯେବେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଛି, କିଛି ନା କିଛି ବିଭ୍ରାଟ ହୋଇଛି । ବିଭ୍ରାଟ ରୋକିବାର ତାକତ୍‌ ନା ବିଜେଡିର ଥିଲା ନା ବିଜେପିର ଅଛି ।