ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ । ଏନେଇ ଅର୍ଜୁନ ମୁମ୍ବାଇ କ୍ରିକେଟ ଆସୋସିଏନ ପାଖରୁ ଏନଓସି ହାସଲ ପାଇଁ ଆବେଦନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ରହିଥିବା ଅର୍ଜୁନ ମୁମ୍ବାଇ ପକ୍ଷରୁ ଦୁଇଟି ଟି୨୦ ମୁକାବିଲା ଖେଳିଛନ୍ତି । ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଖେଳିବା ଦ୍ୱାରା ଅର୍ଜୁନଙ୍କୁ ଅଧିକ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଖେଳରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଗୋଆ କ୍ରିକେଟର ବରିଷ୍ଠ ଅଧିକାରୀ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି ।