ଏସିଆ କପ୍‌ ୨୦୨୩ : ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ୍‌ ମ୍ୟାଚ

ଆଜି ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା ମୁକାବିଲା । ଏହି ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ । ଦୀର୍ଘ ୫ ବର୍ଷ ହେବ ଭାରତୀୟ କ୍ରିକେଟ୍‌ ଦଳ କୌଣସି ବହୁ ରାଷ୍ଟ୍ରୀୟ ଟ୍ରଫି ବିଜେତା ହୋଇପାରିନି। ଶେଷ ଥର ପାଇଁ ୨୦୧୮ରେ ଭାରତ ଏସିଆ କପ ଟାଇଟଲ ଜିତିଥିଲା । ତେବେ ଆଜି ଏହି ଟାଇଟେଲ ହାତେଇ ଭାରତ ଗତ ୫ବର୍ଷର ଶୂନ୍ୟସ୍ଥାନ ପୂରଣ କରିବା ଆଶାରେ ରହିଛି ।