ନୂଆଦିଲ୍ଲୀ : ଭାରତୀୟ ଟିମ ଆଉ କିଛି ଦିନ ପରେ ଏସିଆ କପ ଖେଳିବ । ୧୫ ସଦସ୍ୟ ଟିମରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ସ୍ଥାନ ମିଳିଛି । ତେବେ କିଛି ଷ୍ଟାର ଖେଳାଳିଙ୍କୁ ସୁଯୋଗ ମିଳିନାହ । ଇଶାନ କିଷନ ଓ ଶ୍ରେୟସ ଆୟର ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କୁ ସୁଯୋଗ ମିଳିନାହିଁ । ଶ୍ରେୟସଙ୍କୁ ଷ୍ଟାଣ୍ଡ ବାଏ ତାଲିକାରେ ରଖାଯାଇଛି କିନ୍ତୁ ଇଶାନ ତାଲିକାରେ ନାହାଁନ୍ତି । ୨୦୨୨ରେ ଶ୍ରେୟସ-ଇଶାନ ଭାରତୀୟ ଦଳ ପାଇଁ ଟି-୨୦ରେ ସବୁଠୁ ଅଧିକ ରନ କରିଛନ୍ତି ।