ମହିଳା ବିଶ୍ୱକପରେ ଅଷ୍ଟ୍ରେଲିଆ ଚାମ୍ପିଅନ

ନୂଆଦିଲ୍ଲୀ : ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିବା ସହ ଏକ ଇତିହାସ ସୃଷ୍ଟି କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା । ଯାହା ଇଂଲଣ୍ଡ ପାଇଁ ଅଡୁଆ ବଢାଇଥିଲା ।

ଅନ୍ୟପକ୍ଷରେ ୩୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ପ୍ରାରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ ସିଭର ଶତକ ପୂରଣ କରିଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍‌ ହୋଇଯାଇଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ ଜାନାସେନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମେଗାନ ସ୍କଟ ୨ଟି ୱିକେଟ୍‌ ନେଇଥିଲେ ।