ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ୱିକେଟ କିପର ମୁଶିଫିକୁର ରହିମ । ଏନେଇ ସେ ଏହି ସୂଚନା ଦେଇଛନ୍ତି । ତେବେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ ବୋଲି କହିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ମୁଁ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍ରୁ ଅବସର ଘୋଷଣା କରୁଛି । ଏବେ ମୁଁ ଦିନିକିଆ ଓ ଟେଷ୍ଟରେ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛି । ବାଂଲାଦେଶର ଭେଟେରାନ କ୍ରିକେଟର ଟିମ୍ ପାଇଁ ଅନେକ ମହତ୍ୱପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି ।
ତାଙ୍କ ସମୟରେ ସେ ସବୁ ବିଶ୍ୱକପରେ ଖେଳିଛନ୍ତି । ବର୍ତ୍ତମାନ ଏସିଆପ ଟି୨୦ ଚାଲିଛ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯାଇଛି ବାଂଲାଦେଶ । ଦୁଇଟି ଯାକ ମ୍ୟାଚ ପରାସ୍ତ ହେବା ପରେ ଏସିଆପ କପ୍ରୁ ବାହାରି ଯାଇଥିଲା ବାଂଲାଦେଶ । ତେବେ ଉଭୟ ମ୍ୟାଚ୍ରେ ମୁଶିଫିକ୍ୟୁର ରହିମ ମାତ୍ର ୫ ରନ କରିପାରିଥିଲେ । ସୂଚନା ଥାଉକି, ରହିମ ବାଂଲାଦେଶ ପାଇଁ ୧୦୨ଟି ଟି୨୦ ମ୍ୟାଚ ଖେଳିଛନ୍ତି ।