ପାକିସ୍ତାନକୁ ୬ ୱିକେଟରେ ହରାଇଲା ବାଂଲାଦେଶ

ପାକିସ୍ତାନକୁ ତା’ରି ମାଟିରେ ଧୂଳି ଚଟାଇ ଇତିହାସ ରଚିଛି ବାଂଲାଦେଶ। ପ୍ରଥମଥର ପାଇଁ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି ବାଂଲା ଟାଇଗର। ଦଳ ପାକିସ୍ତାନର ରାୱଲପିଣ୍ଡିରେ କେବଳ ମ୍ୟାଚ୍‌ ଜିତି ନାହିଁ, ବରଂ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ୍‌ କରିଛି। ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ୬ ୱିକେଟରେ ପାକିସ୍ତାନକୁ ହରାଇ ଦେଇଛି। ଚୌକା ମାରି ଅଭିଜ୍ଞ ସାକିବ ଅଲ ହାସନ ବାଂଲାଦେଶ ଭେଟି ଦେଇଛନ୍ତି ଐତିହାସିକ ସଫଳତା। ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିଥିବା ବେଳେ ପ୍ରଥମ ଟେଷ୍ଟରେ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା।