ବାରବାଟୀ ଟି-୨୦: ସରିଲା ପଡ଼ିଆ-ପିଚ ପ୍ରସ୍ତୁତି କାମ

ବ୍ୟାଟସମ୍ୟାନଙ୍କୁ ସୁହାଇଲା ଭଳି ପିଚ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟ କ୍ୟୁରେଟର…

କଟକ : ଚଳିତ ଭାରତ-ସାଉଥ ଆଫ୍ରିକା ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର କରାଯାଇଛି ନବକଳେବର । ଖେଳାଳିଙ୍କ ପାଇଁ ଥିବା ଡ୍ରେସିଂ ରୁମକୁ ନୂଆ ରୂପ ଦିଆଯାଇଛି । ସେହିଭଳି ଫର୍ଡ ଲାଇଟ ସବୁକୁ ବଦଳାଇ ନୂଆ ଏଲଇଡି ଲାଇଟ ଲଗାଯାଇଛି । ବର୍ଷା ଯୋଗୁ ଖେଳ ଯେମିତି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଅତ୍ୟାଧୁନିକ ସୁପର ସ୍ୱିପ୍ପର କିଣାଯାଇଛି । ବାରବାଟୀ ମ୍ୟାଚକୁ ଆଉ କମଦିନ ବାକି ଥିବା ବେଳେ ମ୍ୟାଚ ପାଇଁ ପଡିଆ ଓ ପିଚର ସମସ୍ତ କାର୍ଯ୍ୟ ଶେଷ ହୋଇଛ । ତେବେ ବ୍ୟାଟସମ୍ୟାନଙ୍କୁ ସୁହାଇଲା ଭଳି ପିଚ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟ କ୍ୟୁରେଟର ।

ସେହିପରି ଆଉଟଫିଲ୍ଡ ମଧ୍ୟ ପ୍ରଥମଥର ବାଲିରେ ପ୍ରସ୍ତୁତ କରାଯାଇଛି । ଯେଭଳି ବର୍ଷା ହେଲେ ଆଉ ପଡିଆରେ ପାଣି ଜମିବ ନାହିଁ । ସେହିଭଳି ଆଉଟ ଫିଲ୍ଡରୁ ପାଣି ଶୁଖାଇବା ପାଇଁ ସୁପର ସପରକୁ ବ୍ୟବହାର କରାଯିବ । ଆସନ୍ତା ମ୍ୟାଚ ପାଇଁ ବାରବାଟୀ ସମ୍ପୂର୍ଣ୍ଣ ନବକଳେବର କରାଯାଉଥିବା ବେଳେ ଆସନ୍ତା ୧୦ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।