ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେଶର ଘରୋଇ କ୍ରିକେଟ କାର୍ଯ୍ୟକ୍ରମର ଘୋଷଣା କରିଛି । ଘୋଷଣା ଅନୁସାରେ ୨୦୨୨-୨୩ରେ ଦେଶର ଦୁଇଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଆସନ୍ତା ଘରୋଇ ସିଜିନରେ ୧୫୦୦ରୁ ଅଧିକ ମ୍ୟାଚ ଖେଳାଯିବ । କରୋନା ଯୋଗୁଁ ଭାରତର ଘରୋଇ କ୍ରିକେଟ ସିଜିନ ଆୟୋଜିତ ହୋଇ ପାରିନଥିଲା । ତେବେ ଏହି ସିଜିନରେ ଦୁଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ଛଅଟି ଜୋନ ମଧ୍ୟରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପରେ ଟି-୨୦ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ଏହାପରେ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଖେଳାଯିବ ।
ସୀମିତ ଓଭରର ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ୩୮ଟି ଟିମ ଭାଗ ନେବେ । ଏହାସହ ରଣଜୀ ଟ୍ରଫିର ରୂପରେଖରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ଦୁଇଟି କ୍ୟାଟେଗୋରୀ ରହିବ । ମୋଟ ୩୨ଟି ଟିମ ଭାଗ ନେବେ । ୮-୮ ଟିମରେ ସମସ୍ତଙ୍କୁ ଚାରୋଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପର ଶୀର୍ଷ ୨ ଟିମ କ୍ୱାର୍ଟର ଫାଇନାଲ ପାଇଁ କ୍ୱାଲିଫାଏ କରିବେ । ଫ୍ଲାଟ ଗ୍ରୁପରେ ଛଅଟି ଟିମ ରହିବେ ଏବଂ ୧୫ଟି ଲିଗ୍ ମ୍ୟାଚ ଖେଳିବେ ।