ବିରାଟଙ୍କ ପାଇଁ ଦୁଃସ୍ୱପ୍ନ ଇଂଲଣ୍ଡ ଗସ୍ତ

ଅଫଷ୍ଟମ୍ପରୁ ବାହାରକୁ ଯାଉଥିବା ବଲରେ ହିଁ ବେଶୀ ଥର ପ୍ୟାଭିଲିୟନ ଫେରିଛନ୍ତି ବିରାଟ….

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ବାରମ୍ବାର ବିଫଳ ହେଉଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଖାସ ପ୍ରଦର୍ଶନ କରିପାରି ନଥିଲେ । ଏହି ଗସ୍ତରେ କେବଳ ୭୬ ରନ କରିଛନ୍ତି ବିରାଟ । ୭୯ ଇନିଂସ ହେଲା ଶତକ ନାହିଁ ବିରାଟ ୯୫୦ ଦିନ ହେଲା ଅନ୍ତର୍ଜାତୀୟ ଫର୍ମାଟରେ କୌଣସି ଶତକ ଲଗାଇ ନାହାଁନ୍ତି । ବିରାଟ ୨୦୧୯ ନଭେମ୍ବରରେ ଶେଷ ଶତକ ଲଗାଇଥିଲେ । ଏହାପରେ ବିରାଟ ୭୯ ଇନିଂସ ଖେଳିଥିଲେ ବି ୨୫୫୪ ରନ କରିଛନ୍ତି । ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ରହିଛି । ହେଲେ ଗୋଟିଏ ବି ଶତକ ଲଗାଇ ନାହାଁନ୍ତି । ଅଫଷ୍ଟମ୍ପର ଦୁର୍ବଳତା ଗତ କିଛି ବର୍ଷ ହେଲା ବିରାଟ ସମାନ ଢଙ୍ଗରେ ଆଉଟ ହେଉଛନ୍ତି । ଅଫଷ୍ଟମ୍ପରୁ ବାହାରକୁ ଯାଉଥିବା ବଲରେ ହିଁ ବେଶୀ ଥର ପ୍ୟାଭିଲିୟନ ଫେରିଛନ୍ତି ବିରାଟ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ମଧ୍ୟ ସେ ଅଫ ଷ୍ଟମ୍ପ ବାହାର ବଲରେ ଆଉଟ ହୋଇଥିଲେ ।